Latest Odisha News

BREAKING NEWS

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ ମ୍ୟାସେଜ୍ ପଠାଇଲା ନାସା , ସମ୍ପର୍କ ପାଇଁ ଉଦ୍ୟମ ଜାରୀ

ବାଙ୍ଗାଲୋର: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଚଳାଇଥିବା ବେଳେ ଏଥିପାଇଁ ସହଯୋଗର ହାତ ବଢାଇଛି ନାସା । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ‘ବିକ୍ରମ’କୁ ନାସା ହ୍ୟାଲୋ ବାର୍ତା ପଠାଇଛି । ରେଡ଼ିଓ ଫ୍ରିକ୍ୱେନ୍ସି ଦ୍ୱାରା ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ।

ନିଜର ଅନ୍ତରୀକ୍ଷ ଗ୍ରାଉଣ୍ଡ ନେଟୱର୍କ ଜରିଆରେ ନାସାର ଜେଟ୍ ପ୍ରୋପଲସନ ଲାବୋରଟେରୀ, ଜେପିଏଲ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ପାଇଁ ବିକ୍ରମକୁ ଏକ ରେଡିଓ ଫ୍ରିକ୍ୱେନସି ପଠାଇଛି । ମିଳିଥିବା ଖବର ଅନୁସାରେ, ଡିପ ସ୍ପେଶ ନେଟୱର୍କ ଜରିଆରେ ଏହି ସମ୍ପର୍କ ସ୍ଥାପିତ କରିବା ପାଇଁ ଉଦ୍ୟମ ହେଉଛି । ଏଥିପାଇଁ ଇସ୍ରୋ ମଧ୍ୟ ସହମତି ପ୍ରକାଶ କରିଛି ।

ଯଦି ବିକ୍ରମ ସହ ନାସାର ସମ୍ପର୍କ ସ୍ଥାପିତ ହୋଇଯାଉଛି , ତାହାହେଲେ ଲ୍ୟାଣ୍ଡର ଓ ରୋବର କାମ ଆରମ୍ଭ କରିଦେବ । ଏହାଦ୍ୱାରା ଭାରତର ଅନ୍ତରୀକ୍ଷ ଅଭିଯାନକୁ ଶହେ ପ୍ରତିଶତ ସଫଳତା ମିଳିପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ ଗତ ୭ ସେପ୍ଟେମ୍ବରରେ ହାର୍ଡ ଲ୍ୟାଣ୍ଡିଂ ପରେ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଶନିବାର ଭୋର ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ସଫ୍ଟ ଲ୍ୟାଣ˜ିଂ କରିବାର ଥିଲା । ହେଲେ ଚନ୍ଦ୍ରପୃଷ୍ଠରୁ ୨.୧ କିମି ଦୂରରେ ଥିବା ବେଳେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେବଠାରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.