Latest Odisha News

BREAKING NEWS

ଆଜିଠୁ କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତ , ବାଦ୍ୟ ଓ ଘୁଙ୍ଗୁରର ରୁଣୁଝୁଣୁ ଶଦ୍ଦରେ ଆନମନା ହେବେ ଦର୍ଶକ

କୋଣାର୍କ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା  । ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର ତାଳେତାଳେ ଝୁମିବେ ଦର୍ଶନ  । ନୃତ୍ୟସଙ୍ଗୀତର ମୂର୍ଚ୍ଛନାରେ ପୁରା ରଙ୍ଗୀନ ହୋଇଉଠିବ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମି ।

ଏହା ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ  । ଆଜି ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ  । ଏଥିସହ ଇକୋ ରିଟ୍ରିଟର ୫ମ ସଂସ୍କରଣ ବି ଲୋକାର୍ପଣ ହେବ  । ଦେଶର କୋଣ ଅନୁକୋଣରୁ ବହୁ ସଙ୍ଗୀତ ଓ ନୃତ୍ୟପ୍ରେମୀଙ୍କ ଭିଡ ଲାଗିବ  । ଏହାକୁ ଦୃଷ୍ଟି ରଖି ସମସ୍ତ ପ୍ରସ୍ତୁତି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ  ବି କଡାକଡି କରାଯାଇଛି ।

Leave A Reply

Your email address will not be published.