Latest Odisha News

BREAKING NEWS

କବିତା : ତୁମ ବିନା

ବନ୍ଦନା ପଣ୍ଡା 

ତୁମକୁ ମୁଁ ଖୋଜୁଥାଏ
ସମୁଦ୍ରର ପ୍ରତିଟି ଢେଉରେ
ବେଳାଭୂମି ବାଲୁକା ରାଶିରେ
ଦିଗବଳୟ ସରଳରେଖାରେ
ଅସ୍ତାଚଳ ସୂର୍ଯ୍ୟ ଲାଲିମାରେ
ମୋ ନୀରବତାର ଝଡ଼ ତଳେ ।

ହାରି ଯାଏ ତରଙ୍ଗ କମ୍ପନ
ଲୁହର ଶ୍ରାବଣକୁ ଧୋଇ ପାରେନି
ସମୁଦ୍ର ଲବଣ ଅବା ଶାମୁକା କ୍ରନ୍ଦନ
ତମେ ତ ସେଇଠି ଥାଅ
ହାତଠାରି ଡାକୁ ଥାଅ
କ୍ଷଣ କ୍ଷଣ ପ୍ରତିକ୍ଷଣ।

ତୁମ ପାଦଚିହ୍ନ ଏବେବି ଅକ୍ଷତ
ମୋ ହାତ ମୁଠାରେ ତୃପ୍ତ ଓ ଶାନ୍ତ
ଅହମ୍ ଠାରୁ ଓଁକାର ପର୍ଯ୍ୟନ୍ତ
ଜାଗ୍ରତ , ଜୀବନ୍ତ ବ୍ୟାପ୍ତ।

ପ୍ରତୀକ୍ଷାର ଅନ୍ତ ନାହିଁ
ପଲକର କ୍ଳାନ୍ତି ନାହଁ
ହସ୍ତାକ୍ଷର ତୁମ ମାନସ ପଟରେ
ନିଶ୍ଚେ ମନେ ଥିବ
ତୁମ ବିନା ମୋର
ଶକ୍ତି ନାହିଁ, ମୁକ୍ତି ନାହିଁ।

ଲୁମ୍ବିନୀ ବିହାର

Leave A Reply

Your email address will not be published.