Latest Odisha News

‘ରେମାଲ’ ପ୍ରଭାବରେ ଭିଜିବ ଓଡିଶାର ୫ ଜିଲ୍ଲା, ବାତିଲ୍ ହେଲା ୬ଟି ଟ୍ରେନ୍

ଭୁବନେଶ୍ବର:  ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ । ଆହୁରି ତ୍ରୀବତର ହୋଇ ସ୍ଥଳଭାଗ ଛୁଇଁଲା ବେଳକୁ ଓଡିଶାରେ ଏହାର ପ୍ରଭାବ ଦେଖାଦେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି । ଏହାର ପ୍ରଭାବରେ ଓଡିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା ଓ ଜଗତସିଂପୁର । ଏହାସହିତ ଓଡିଶାର ଦକ୍ଷିଣ-ଉତ୍ତର ଉପକୂଳରେ ପବନର ବେଗ  ଘଣ୍ଟା ପ୍ରତି ୫୦ ରୁ ୬୦ କିମି ରହିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ତେବେ ବାତ୍ୟା ରେମାଲ ପାଇଁ ୬ଟି ଟ୍ରେନ୍ ବାତିଲ୍ ହୋଇଛି । ଆଜି ଓ କାଲି ପାଇଁ ୬ଟି ଟ୍ରେନ୍ ବାତିଲ୍ କରିଛି ଦକ୍ଷିଣ-ପୂର୍ବ ରେଳପଥ । ହାୱଡ଼ା-ଦୀଘା, ହାୱଡ଼ା ଏକ୍ସପ୍ରେସର ଚଳାଚଳ ଆଜି ପାଇଁ ବାତିଲ କରାଯାଇଛି । ଏଥିସହିତ ପଂଶକୁରା-ଦୀଘା, ମେମୁ ଟ୍ରେନ୍ ଓ  ପଂଶକୁରା-ଦୀଘା ଇଏମୟୁ ଟ୍ରେନ୍ ବାତିଲ କରାଯାଇଛି ।

ପାଣିପାଗ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆଜି ଭୀଷଣ ରୂପ ନେଇଛି । ଯାହା ଏବେ ଉତ୍ତର ବଙ୍ଗୋପସାଗରରେ ରହିଛି । ପରେ ଏହା ଆହୁରି ତ୍ରୀବତର ହୋଇ ଆଜି ମଧ୍ୟରାତ୍ର ସୁଦ୍ଧା ବାଙ୍ଗଲାଦେଶ ପାଖାପାଖି ଦକ୍ଷିଣ-ପଶ୍ଚିମ ମଙ୍ଗଲା ଦେଇ ସ୍ଥଳଭାଗକୁ ଛୁଇଁବ । ଏହାର ଗତି ମୁଖ୍ୟତଃ ଉତ୍ତର ଦିଗକୁ ରହିବ । ଏହା ଉପକୂଳ ଦେଇ ଅତିକ୍ରମ କଲାବେଳେ ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବାର ସମ୍ଭାବନା ରହିଛି ବୋଲି ସୂଚନେ ଦେଇଛନ୍ତି ପାଣିପାଗ ବିଭାଗ ।

Leave A Reply

Your email address will not be published.