Latest Odisha News

BREAKING NEWS

ପ୍ରକାଶ ପାଇଲା ଯୁକ୍ତ-୨ ରେଜଲ୍ଟ, କଳା, ବିଜ୍ଞାନ, ବାଣିଜ୍ୟ ସବୁଥିରେ ଆଗୁଆ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ହିଁ ପ୍ରକାଶ ପାଇଛି ।

ଚଳିତ ବର୍ଷ କଳାରେ ମୋଟ ୮୦.୯୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ ବିଜ୍ଞାନରେ ୮୬. ୯୩ ପ୍ରତିଶତ ଏବଂ ବାଣିଜ୍ୟରେ ୮୨. ୨୭ ପ୍ରତିଶତ ପାସ୍ ହାର ରହିଛି । ଏହା ସହିତ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୮. ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ  ପୁଅଙ୍କୁ ପଝରେ ପକାଇଛନ୍ତି ଝିଅ । କଳାରେ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ଥିବା ବେଳେ ଝିଅ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ମୋଟ୍ ପରୀକ୍ଷାର୍ଥୀ ୨,୩୫,୨୧୮ ଜଣ ମଧ୍ୟରୁ ପାସ୍ କରିଛନ୍ତି ମୋଟ ୧,୯୦,୪୨୯ ଜଣ ।

ବିଜ୍ଞାନରେ ପୁଅଙ୍କ ପାସ୍ ହାର ୮୬.୨୧ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି । ମୋଟ ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ମୋଟ ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି ।

ବାଣିଜ୍ୟରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି ଝିଅ । ବାଣିଜ୍ୟରେ ଝିଅଙ୍କ ପାସ୍ ହାର ୮୫.୫୫ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୮୦.୪୦ ପ୍ରତିଶତ ରହିଛି ।  ମୋଟ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୮୦୬୯ ଜଣ ପାସ୍ କରିଛନ୍ତି । ସେହିପରି ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି ।

ତେବେ ଏଥର ବିଜ୍ଞାନରେ ୧୦୦ ପ୍ରତିଶତ ସଫଳତା ମିଳିଛି । କଳା ଓ ବାଣିଜ୍ୟ ତୁଳନାରେ ବିଜ୍ଞାନରେ ଅଧିକ ପ୍ରତିଶତ ରେଜଲ୍ଟ ଆସିଛି । କଳାରେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି ।

ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ରେ ଶେଷ ହୋଇଥିଲା । ଯାହାର ମୂଲ୍ୟାଙ୍କନ ପ୍ରକ୍ରିୟା ମାର୍ଚ୍ଚ ୨୨ ରୁ ଆରମ୍ଭ ହୋଇଯାଇଥିଲା । ଯେଉଁଥିରେ ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଏବଂ ସାହିତ୍ୟ ଅନଲାଇନ ମୂଲ୍ୟାଙ୍କନ ହୋଇଥିବା ବେଳେ ଅନ୍ୟାନ୍ୟ ସମସ୍ତ ବିଷୟ ଅଫଲାଇନ ମୂଲ୍ୟଙ୍କନ କରାଯାଇଥିଲା । ପ୍ରାୟ ୧୫ ହଜାର ପରୀକ୍ଷକଙ୍କୁ ନେଇ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଚଳିତ  ବର୍ଷ ମୋଟ ୩ ଲକ୍ଷ ୮୪ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ଥିବା ବେଳେ ୧ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ।  ଏଥିସହିତ ୨ ଲକ୍ଷ ୩୭ ହଜାର ୭୫୦ ଜଣ କଳାରେ, ୧ ଲକ୍ଷ ୧୬ ହଜାର୬୨୦ ଜଣ ବିଜ୍ଞାନରେ ଏବଂ ୨୬ ହଜାର ୮୯ ଜଣ ବାଣିଜ୍ୟ ଓ ଧନ୍ଦାମୂଳକରେ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.