Latest Odisha News

BREAKING NEWS

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି ।

ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ, ସମରିତ ପ୍ରଧାନ, ସନ୍ତୋଷ କୁମାର ପାତ୍ର, ଚନ୍ଦ୍ରଭାନୁ ରାଉତ ଏବଂ ସୂର୍ଯ୍ୟକାନ୍ତ ପରିଡ଼ା ।

ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଏମାନଙ୍କ ଠାରୁ ୨୨.୧୦ ଗ୍ରାମ ବ୍ରାଉନସୁଗାର, ୧.୪ କେଜି ଗଞ୍ଜେଇ ସହ ୭୮୫୦ ଟଙ୍କା, ଗୋଟିଏ ମୋବାଇଲ ଓ ମଟର ସାଇକେଲ ଜବତ କରିଛି ।

ପୂର୍ବରୁ ଏମାନଙ୍କ ନାମରେ ଥାନାରେ ୩ଟି ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

Leave A Reply

Your email address will not be published.