Latest Odisha News

BREAKING NEWS

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହା ପୂର୍ବରୁ ଅକ୍ଷୟ ଶେୟାର କରିଥିବା ଏହି ଫିଲ୍ମର ପୋଷ୍ଟରରେ ପ୍ରାୟ ସବୁ କଳାକାର ନଜର ଆସିଥିଲେ। ତେବେ ଅକ୍ଷୟଙ୍କ ବ୍ୟତିତ ମିଶନ ମଙ୍ଗଲ’ରେ ସୋନାକ୍ଷୀ ସିହ୍ନା, ବିଦ୍ୟା ବଲାନ, ତାପସି ପନ୍ନୁ, ସରମନ ଯୋଶୀ ଆଦି ନଜର ଆସିବେ । ଅଗଷ୍ଟ ୧୫ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଷୟ ଏଥିରେ ଜଣେ ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.