Latest Odisha News

BREAKING NEWS

ଶିମିଳିପାଳରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ

କରଞ୍ଜିଆ: ଶିମିଳିପାଳରୁ ନିଆଁ ଲିଭାଇବାକୁ ଏବେ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶୁକ୍ରବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୪ ଗୋଟି ରେଞ୍ଜ ଅଞ୍ଚଳର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବରେହିପାଣି ରେଞ୍ଜର ୬ଟି, କେନ୍ଦୁମୁଣ୍ଡି ରେଞ୍ଜର ୨ଟି, ଗୁଡୁଗୁଡ଼ିଆ ଓ ତାଳବନ୍ଧ ରେଞ୍ଜ ଅଞ୍ଚଳରେ ଗୋଟିଏ ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି ।

ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିଆଁ ଲିଭାଇବା ପାଇଁ ଯଶୀପୁରରେ ଡେରା ପକାଇଛନ୍ତି । ଶୁକ୍ରବାର ନିଆଁ ଲାଗିଥିବା ଏହି ଅଞ୍ଚଳକୁ ଅଗ୍ନିଶମ ବିଭାଗର ୩ଟି ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.