Latest Odisha News

BREAKING NEWS

୨୦ ଦାଦନ ଶ୍ରମିକ ଉଦ୍ଧାର, ତାମିଲନାଡୁକୁ ହେଉଥିଲେ ଚାଲାଣ

ଆଠମଲ୍ଲିକ: ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ସମସ୍ତ ଶ୍ରମିକଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ସରଗିଟାଲ ଗାଁରେ ବୋଲି ଜଣାପଡିଛି ।

ଏମାନଙ୍କୁ ତାମିଲନାଡୁର ଏକ ସୁତାକଳରେ କାମ କରିବା ପାଇଁ ନିଆଯାଉଥିଲା । ଶ୍ରମିକଙ୍କୁ  ନେବା ପାଇଁ ତାମିଲନାଡୁର ଏକ ବସରେ ଦୁଇ ଜଣ ଡ୍ରାଇଭର ଓ ଜଣେ ହେଲପର ଆସିଥିଲେ । ୨୦ ଦାଦନ ଶ୍ରମିକ ଓ ୩ ଜଣ ବସ୍ ଷ୍ଟାଫ୍ ଆଦିକୁ ମିଶାଇ ୨୩ ଜଣଙ୍କୁ ଆଠମଲ୍ଲିକ ପୋଲିସ ଅଟକ ରଖିଛି । ଏମାନେ ଆଠମଲ୍ଲିକ ନିକଟ ଏକ ଢ଼ାବାରେ ଅଟକି ଖାଉଥିବା ସମୟରେ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କରି ଥାନାକୁ ଆଣିଛି ।

ସେପଟେ ଦାଦନ ଶ୍ରମିକମାନେ କହିଛନ୍ତି ସେମାନେ ଆଗରୁ ଏମିତି ବହୁବାର କାମ କରିବାକୁ ଯାଇଛନ୍ତି । କାରଣ ଗାଁରେ କିଛି କାମ ମିଳୁନାହିଁ ।

Leave A Reply

Your email address will not be published.