Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଙ୍ଗାଳି ସାହିରେ ନିଆଁଲାଗି ଯିବାରୁ ୫ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି ।

ଗାଁର ରାମଚନ୍ଦ୍ର ଓ ନଟବର ସେନଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ଚାଳ ଘର ସମ୍ପୂର୍ଣ ଜଳିଯାଇଛି । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇ ଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଚାଳ ଘର ସମ୍ପୂର୍ଣ ରୂପେ ଜଳି ଯାଇଛି ।

ଘରେ ଥିବା ସମସ୍ତ ଆସବାବ ପତ୍ର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଏହି ଚାଳଘରେ କିଛି ଲୋକେ ଭଡା ନେଇ ରହୁଥିବା ବେଳେ ଏହାର ଆଖପାଖରେ ଥିବା କିଛି ଆଜବେଷ୍ଟ ଘର ମଧ୍ୟ ନିଆଁରେ ଆଂଶିକ କ୍ଷତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.