Latest Odisha News

BREAKING NEWS

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି ।

ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ । ତେଣୁ ଏମାନଙ୍କୁ ସକ୍ରିୟ ଭାବେ ଦଲାଲି କରିବା ଭାରି ସହଜ ହେଉଥିଲା । ପୂର୍ବରୁ ଅଭିଯୋଗ ପାଇ ମଙ୍ଗଳବାଗ ଥାନା ଏହି ୫ଜଣ ଦଲାଲଙ୍କୁ ଗିରଫ କରିଛି ।

ଏହି ଦଲାଲ ମାନେ ଉପାନ୍ତ ଅଂଚଳ ଓ ଗରିବ ଶ୍ରେଣୀର ରୋଗୀଙ୍କ ପଛରେ ଲାଗିଯାଉଥିଲେ । ସହର ସାରା ଘରୋଇ କ୍ଲିନିକ ଓ ଡାକ୍ତରଖାନା ପାଇଁ ମୂଲଚାଲ କରୁଥିଲେ । କେଉଁ ଚେନରେ ଏହି ରାକେଟ୍ ଚାଲୁଥିଲା ତାର ଅଧିକ ତଦନ୍ତ ଜାରି ରହିଛି । ଘଟଣା ସଂପର୍କରେ କଟକ ଡିସିପି ପିନାକ ମିଶ୍ର ବିଷଦ୍ ବିବରଣୀ ଦେବା ସହ, ଦଲାଲଙ୍କ ଖବର ପୋଲିସକୁ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.