Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କ୍ଷତିପୂରଣ ଦାବିରେ ଜମିହରା କ୍ଷତିଗ୍ରସ୍ତଙ୍କ ଧାରଣା

ପିପିଏଲ ସାର କାରଖାନା ସମ୍ମୁଖରେ ଧାରଣା ଦେଲେ  ଜମିହରା । କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଗେଟ୍ ରେ ତାଲା ପକାଇ ଦେଇଛନ୍ତି । କାରଖାନା ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।  ଦିର୍ଘ ୪୨ ବର୍ଷ ହେଲା ପିପିଏଲ ସାର କାରଖାନା ପାଇଁ ଜମି ହରାଇଥିବା ଚାଷୀ ପରିବାରଙ୍କୁ କମ୍ପାନୀ କତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ।

କମ୍ପାନୀରେ ବାହାର ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ ଜମିହରା ପରିବାର ର ଯୁବକ ଯୁବତୀ ଆଇଟିଆଇ, କମ୍ପ୍ୟୁଟର ବିଭାଗରେ ପାଠ ପଢି ମଧ୍ୟ ବେକାରୀ ହୋଇ ବୁଲୁଛନ୍ତି । ଜମିହରା ପରିବାରଙ୍କ ପକ୍ଷରୁ କମ୍ପାନୀ କତ୍ତୃପକ୍ଷ ଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ।

୧୮୭ ଏକର ଜମିର ଟଙ୍କା ଏପର୍ଯ୍ୟନ୍ତ ଚାଷୀମାନେ ପାଇଁ ନାହାଁନ୍ତି , ଯାହାର ମୁଲ୍ୟ ୮ କୋଟି ଟଙ୍କା ହୋଇଥିବା ବେଳେ ଉକ୍ତ ଟଙ୍କାର ସୁଧ ୪ କୋଟି ଟଙ୍କା କୁ ମିଶାଇ ପାଖାପାଖି ୧୨ କୋଟି ଟଙ୍କା ଏବେ ମଧ୍ୟ ପଡ଼ି ରହିଛି  । ଯାହାକୁ ନେଇ ପିପିଏଲ ଜମିହରା ସମାଜ ମଙ୍ଗଳ କମିଟି ପକ୍ଷରୁ ଆଜି ଧାରଣା ଦିଆଯାଇଛି।  କମ୍ପାନୀର ଗେଟ୍ କୁ ସମ୍ପୁର୍ଣ୍ଣ ବନ୍ଦ କରିବା ସହିତ ସେଠାରେ ଧାରଣା ଦେଇଛନ୍ତି ଶତାଧିକ ଜମିହରା ପରିବାର ।

ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି, ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ସେମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.