Latest Odisha News

BREAKING NEWS

ରାଜ୍ୟରେ ଆଉ ୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ପୁଣି ଜୀବନ ନେଲା କରୋନା । ଗତ ୨୪ଘଣ୍ଟାରେ ରାଜ୍ୟରେ ୭ହଜାର ୨୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫୨୫କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । ବାଲେଶ୍ୱରରୁ ୫୭ବର୍ଷୀୟା ମହିଳା, ଭୁବନେଶ୍ୱରରୁ ୪୫ବର୍ଷୀୟା ମହିଳା, କଟକର ୧୩ବର୍ଷୀୟା ବାଳିକା, କେନ୍ଦୁଝରରୁ ୭୮ବର୍ଷୀୟା ମହିଳା, ସୁନ୍ଦରଗଡ଼ରୁ ୩୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।

Comments are closed, but trackbacks and pingbacks are open.