Latest Odisha News

BREAKING NEWS

ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ  ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାଇଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ସହ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ନିରଞ୍ଜନ ।

ପୂର୍ବରୁ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଜି ମଧ୍ୟ ପୁଣି ଥରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି ।

ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ହୋମ ଆଇସୋଲେସନରେ ରହିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

Comments are closed, but trackbacks and pingbacks are open.