Latest Odisha News

BREAKING NEWS

ଆଜି ରାତି ୧୦ରୁ କାଲି ସକାଳ ୫ଟା ଯାଏ ଓଡ଼ିଶାରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଆଜି ରାତି ୧୦ଟାରୁ ରାଜ୍ୟରେ ଲାଗିବ ନାଇଟ୍ କର୍ଫ୍ୟୁ । ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି ।

ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ବନ୍ଦ କରାଯାଇଛି । ତାପୂର୍ବରୁ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ସରକାର । ଗତକାଲି ଜାନୁଆରୀ ମାସ ପାଇଁ ନୂଆ ଗାଇଡଲାଇନ ସହ ରାଜ୍ୟ ସରକାର ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲଗାଇଥିଲେ । ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରି ହୋଇଛି ।

ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ଜନସମାଗମକୁ ମନା କରାଯାଇଛି । କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପରେ ଲୋକଙ୍କର ଗହଳି ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ସରକାର ।

Leave A Reply

Your email address will not be published.