Latest Odisha News

BREAKING NEWS

ଗ୍ୟାସ୍ ଲିକ୍ ହୋଇ ପରିବାରର ୫ ଜଣ ଗୁରୁତର

ଜଗତସିଂହପୁର: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି । ତିର୍ତ୍ତୋଲ ଥାନା ରାଣୀତୋଳା ଗାଁର ସମସ୍ତଙ୍କ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ରାଣୀତୋଳା ଗାଁର ପ୍ରଶାନ୍ତ ଦାଶଙ୍କ ଘରେ କୌଣସି କାରଣରୁ ରୋଷେଇ ଗ୍ୟାସ୍ ଲିକ୍ ହୋଇଥିଲା ।

ଗ୍ୟାସ୍ ଲିକ୍ ହେଉଥିବା ଜାଣି ପାରି ନଥିଲେ ପ୍ରଶାନ୍ତ ପତ୍ନୀ । ରୋଷେଇ ପାଇଁ ଲାଇଟର ମାରିବାରୁ ହଠାତ ନିଆଁ ଲାଗିବା ସହ ସମଗ୍ର ଘରକୁ ବ୍ୟାପି ଯାଇଥିଲା । ଏଥିରେ ପରିବାରର ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.