Latest Odisha News

BREAKING NEWS

ସାର ଦୋକାନୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ପାଇକମାଲ ବ୍ଲକ ସହକାରୀ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ସାର ଡିଲରଙ୍କ ସାର ଲାଇସେନ୍ସ ବାତିଲ୍ କରିବା ଭୟ ଦେଖାଇ ସହକାରୀ କୃଷି ଅଧିକାରୀ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ।

ଭିଜିଲାନ୍ସ ଟିମ୍ ସହକାରୀ କୃଷି ଅଧିକାରୀଙ୍କ ଠାରୁ ଦେଢ଼ ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଛି । ପ୍ରଣୟ ମନ୍ତ୍ରୀଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାର ଘର ସହ କଟକ ତିଗିରିଆ ପୈତୃକ ଘର ସହ ପାଇକମାଲ କାର୍ଯ୍ୟାଳୟ ସହ କ୍ୱାର୍ଟରରେ ଏକକାଳୀନ ଭିଜିଲାନ୍ସ ରେଡ୍ ଜାରି ରହିଛି ।

Leave A Reply

Your email address will not be published.