କଟକ: ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ କିରନ ଜର୍ଜ ୨୧-୧୪, ୧୪-୨୧ ଓ ୨୧-୧୮ରେ ପ୍ରିୟାଂଶୁ ରାଜୱତଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି ।
ମହିଳା ଡବଲ୍ସ: ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଟ୍ରେସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡି ସହଜରେ ମହିଳା ଡବଲ୍ସ ଟାଇଟଲ ହାତେଇ ନେଇଛନ୍ତି । ସେମାନେ ଫାଇନାଲରେ ୨୧-୧୨ ଓ ୨୧-୧୦ରେ ସଂଯୋଗିତା ଘୋରପାଡେ ଓ ଶ୍ରୁତି ମିଶ୍ର ଯୋଡି ପରାସ୍ତ କରିଥିଲେ ।
ମିକ୍ସଡ ଡବଲ୍ସ: ମିକ୍ସଡ ଡବଲ୍ସରେ ଟ୍ରେସା ଜଲୀ ଟାଇଟଲ ହାସଲ କରିପାରି ନାହାନ୍ତି । ଟ୍ରେସା ଓ ଏମଆର ଅର୍ଜୁନ ଯୋଡି ଫାଇନାଲରେ ୧୬-୨୧ ଓ ୨୦-୨୧ ସେଟରେ ଶ୍ରୀଲଙ୍କାର ସଚିନ ଡାୟସ ଏବଂ ଥିଲନି ହେଣ୍ଡାହେୱାଙ୍କ ଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ପୁରୁଷ ଡବଲ୍ସ: ମାଲେସିଆର ନୁର ମହମ୍ମଦ ଆଜିରିୟନ ଆୟୁବ ଓ ଲିମ ଖିମ ୱାହ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ସେମାନେ ଫାଇନାଲରେ ଭାରତର ପିଏସ ରବିକ୍ରିଷ୍ଣା ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କୁ ୧୮-୨୧, ୨୧-୧୪ ଓ ୨୧-୧୬ରେ ପରାସ୍ତ କରିଥିଲେ ।
BREAKING NEWS
- ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
- ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…

Comments are closed.