କଟକ: ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ କିରନ ଜର୍ଜ ୨୧-୧୪, ୧୪-୨୧ ଓ ୨୧-୧୮ରେ ପ୍ରିୟାଂଶୁ ରାଜୱତଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି ।
ମହିଳା ଡବଲ୍ସ: ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଟ୍ରେସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡି ସହଜରେ ମହିଳା ଡବଲ୍ସ ଟାଇଟଲ ହାତେଇ ନେଇଛନ୍ତି । ସେମାନେ ଫାଇନାଲରେ ୨୧-୧୨ ଓ ୨୧-୧୦ରେ ସଂଯୋଗିତା ଘୋରପାଡେ ଓ ଶ୍ରୁତି ମିଶ୍ର ଯୋଡି ପରାସ୍ତ କରିଥିଲେ ।
ମିକ୍ସଡ ଡବଲ୍ସ: ମିକ୍ସଡ ଡବଲ୍ସରେ ଟ୍ରେସା ଜଲୀ ଟାଇଟଲ ହାସଲ କରିପାରି ନାହାନ୍ତି । ଟ୍ରେସା ଓ ଏମଆର ଅର୍ଜୁନ ଯୋଡି ଫାଇନାଲରେ ୧୬-୨୧ ଓ ୨୦-୨୧ ସେଟରେ ଶ୍ରୀଲଙ୍କାର ସଚିନ ଡାୟସ ଏବଂ ଥିଲନି ହେଣ୍ଡାହେୱାଙ୍କ ଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ପୁରୁଷ ଡବଲ୍ସ: ମାଲେସିଆର ନୁର ମହମ୍ମଦ ଆଜିରିୟନ ଆୟୁବ ଓ ଲିମ ଖିମ ୱାହ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ସେମାନେ ଫାଇନାଲରେ ଭାରତର ପିଏସ ରବିକ୍ରିଷ୍ଣା ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କୁ ୧୮-୨୧, ୨୧-୧୪ ଓ ୨୧-୧୬ରେ ପରାସ୍ତ କରିଥିଲେ ।
BREAKING NEWS
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର

Comments are closed.