ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବଡଗାମ ଓ ପୁଲଓ୍ୱାମାରେ ୨ଟି ପୃଥକ ଏନ୍କାଉଣ୍ଟର ହୋଇଥିଲା । ୧୨ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି । ସେମାନଙ୍କ ଭିତରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
କଶ୍ମୀର ଜୋନ ପୋଲିସ୍ ଟ୍ୱିଟ କରି ଏନକାଉଣ୍ଟର ବାବାଦରେ ସୂଚନା ଦେଇଛି । ୧୨ ଘଣ୍ଟାରେ ହୋଇଥିବା ଟ୍ୱିନ୍ ଏନକାଉଣ୍ଟର୍ରେ ପାକିସ୍ତାନ ପ୍ରାୟୋଜିତ ଲସ୍କର-ଏ-ତୋଏବା ଓ ଜୈସ-ଏ-ମହମ୍ମଦର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛି ଜୈସ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ । ଏହା ଆମ ପାଇଁ ବଡ଼ ସଫଳତା ବୋଲି କଶ୍ମୀର ଆଇଜି କହିଛନ୍ତି ।
05 #terrorists of #Pakistan sponsored proscribed #terror outfits LeT & JeM killed in dual #encounters in last 12 hours. JeM commander terrorist Zahid Wani & a Pakistani terrorist among the killed. Big #success for us: IGP Kashmir@JmuKmrPolice
— Kashmir Zone Police (@KashmirPolice) January 30, 2022
ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ପାଖରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ସେହିପରି ବଡ଼ଗାମର ଚରାର-ଇ-ସରିଫ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ଜୀବନ ଯାଇଛି । ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ସର୍ଚ୍ଚ ଅପରେସନ ।
Comments are closed.