Latest Odisha News

BREAKING NEWS

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୨୪ ଘଣ୍ଟା ଶୀତ ଲହରି

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦୁଇ ଦିନ ହେଲା ଶୀତ ଥରାଇ ଦେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆହୁରି ୨୪ ଘଣ୍ଟା ଯାଏ ଶୀତ ଲହରି ଜାରି ରହିବ । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟକୁ ଏବେ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବଶେ କରୁଛି । ଏଥିଯୋଗୁ ଜାରି ରହିଛି ଶୀତ ଲହରି । ଆସନ୍ତାକାଲିଠୁ ବଢ଼ିବ ରାତିର ତାପମାତ୍ରା ବଢ଼ିବ । ଫଳରେ ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଫେବ୍ରୁଆରୀ ୪ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ରହିବ ।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତାକାଲି ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାରେ ଶୀତ ଲହରି ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.