Latest Odisha News

BREAKING NEWS

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ: ବାଧାପ୍ରାପ୍ତ ହେଲା ଟ୍ରେନ ସେବା

ଭୁବନେଶ୍ୱର: ଭୁବନେଶ୍ବର ଷ୍ଟେସନ ପରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଧାରଣା ତଳକୁ ଖସିଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଖସିଥିବାରୁ କିଛି ସମୟ ପାଇଁ ଟ୍ରେନ ସେବା ବ୍ୟାହତ ହୋଇଛି ।   ମାଲବାହୀ ଟ୍ରେନର ମୋଟ ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ୨ଟି ଲାଇନ ବ୍ଲକ ହୋଇଯାଇଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୧୦ଟି ଟ୍ରେନର ଯାତ୍ରା ବିଳମ୍ବିତ ହୋଇଛି । ଭୁବନେଶ୍ବର-ହାଓଡା ରୁଟ ପୁରା ବନ୍ଦ ରହିଛି ।

BjdElectrycity

ରାଜଧାନୀ ଏକ୍ସପ୍ରେସ ମଞ୍ଚେଶ୍ୱର ଷ୍ଟେସନରେ ଅଟକି ରହିଥିବା ବେଳେ ହୀରାଖଣ୍ଡ, ଜନ ଶତାବ୍ଦୀ, ପୁରୀ-ଦୁର୍ଗ ଏବଂ ତପସ୍ୱିନୀର ଯାତ୍ରାରେ ମଧ୍ୟ ବିଳମ୍ବ ହୋଇଛି । ସେହିପରି ପୁରୀ-ଗାନ୍ଧିଧାମ ଓ ପୁରୀ-ହାୱଡା ଏକ୍ସପ୍ରେସ ମଧ୍ୟ ଅଧା ରାସ୍ତାରେ ଅଟକି ରହିଛି । ଭୁବନେଶ୍ବର ଷ୍ଟେସନ ପରେ  ସତ୍ୟନଗର ଓଭର ବ୍ରିଜ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।

ପ୍ରାୟ ରାତି 8ଟା 35ରେ ଭୁବନେଶ୍ୱର ଷ୍ଟେସନ ୟାର୍ଡ ନିକଟରେ ପାଞ୍ଚଟି ୱାଗନ୍ ଖସିଯିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି । ହିରାଖଣ୍ଡ ଏକ୍ସପ୍ରେସ ହୋମ ସିଗନାଲରେ ଫସି ରହିଛି । ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଏବଂ କଟକ ସିମେଣ୍ଟ ଲୋଡ୍ ଦେଇ ଟ୍ରେନ୍ ଟି ଆସୁଥିବା ଜଣାପଡିଛି । ଯାତ୍ରୀବାହୀ ଟ୍ରେନର ଯାତ୍ରୀମାନେ ଅସୁବିଧାରେ ପଡିଥିବା ଜଣାପଡିଛି । କିଛି ସମୟ ମଧ୍ୟରେ ଲାଇନ କ୍ଲିୟର ହୋଇଯିବ ବୋଲି କୁହାଯାଉଛି ।

Leave A Reply

Your email address will not be published.