Latest Odisha News

୨୦୨୩ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ

ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ । 2023 ରେ ଅନୁଷ୍ଠିତ ହେବ ହକି ବିଶ୍ବକପ୍ । ସେନେଇ ରାଜ୍ୟ ସରକାର ଆଲୋଚନା କରିଛନ୍ତି ।  କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି  ।

ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏହି ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ରାଉରକେଲା ପ୍ରଶାସନ ମଧ୍ୟ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଏକାସାଙ୍ଗରେ ୨ଟି ସହରରେ ଅନୁଷ୍ଠିତ ହେବ ।

 

Leave A Reply

Your email address will not be published.