Latest Odisha News

BREAKING NEWS

କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ

କୋରାପୁଟ : କୋଟିଆରେ ପଟାଙ୍ଗୀ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ । ଆସନ୍ତା ୧୮ ତାରିଖରେ କୋଟିଆ ପଞ୍ଚାୟତରେ ଭୋଟ ହେବାକୁ ଥିବା ବେଳେ ଆଜି ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ଆଇଆରବି ବାଟାଲିୟନ ଯବାନ । ପଞ୍ଚାୟତର ନେରେଡି ବାଲାସା, ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ, ଉପର ସେମ୍ବୀ, ତଳ ସେମ୍ବୀ, ଧୂଳି ପଦର, ଗଞ୍ଜେଇ ପଦର ଭଳି ୧୫ଟି ଗାଁରେ ପୋଲିସ ପକ୍ଷରୁ ନିର୍ବାଚନ ପାଇଁ ସଚେତନତା କରାଯାଇଛି ।

କୋଟିଆକୁ ଆନ୍ଧ୍ର ନିଜର ବୋଲି କହି ପ୍ରତିଦିନ ଗୋଟିଏ ପରେ ଗୋଟିଏ ହୀନ ଚକ୍ରାନ୍ତ ଚଳାଇ ଆସୁଛି । କିପରି କୋଟିଆକୁ ଅକ୍ତିଆର କରିବ ସେନେଇ ଉଦ୍ୟମ ମଧ୍ୟ କରୁଛି । ଆନ୍ଧ୍ରର ବିଧାୟକମାନେ କୋଟିଆ ଆସି ଜମି ପଟ୍ଟା ପ୍ରଦାନ କରିବା ସହ ଆନ୍ଧ୍ର ସରକାରଙ୍କ ଯୋଜନାରେ ସାମିଲ କରୁଛନ୍ତି । ଅନ୍ୟପଟେ ଏହାର ମୁକାବିଲା କରିବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ତେଣୁ କୋଟିଆରେ କିପରି ଏଥର ଶୃଙ୍ଖଳିତ ଭାବେ ପଞ୍ଚାୟତ ନିର୍ବାଚନ କରାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

Comments are closed, but trackbacks and pingbacks are open.