Latest Odisha News

BREAKING NEWS

କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ‘ମୋ ସ୍କୁଲ୍’: ସୁସ୍ମିତା ବାଗଚୀ

ଭୁବନେଶ୍ୱର: ଆଜି ଭର୍ଚୁଆଲ୍ ମୋଡରେ ‘ମୋ ସ୍କୁଲ ଅଭିଯାନ’ର ୯ମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘ମୋ ସ୍କୁଲ’ ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।
‘ମୋ ସ୍କୁଲ’ ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ତାଙ୍କ ବକ୍ତବ୍ୟରେ ‘ମୋ ସ୍କୁଲ୍ ଅଭିଯାନ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ । ‘ମୋ ସ୍କୁଲ୍’ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବ ର୍ନ ଆଣିଛି ଏବଂ ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି । ‘ମୋ ସ୍କୁଲ୍’ ସହ ଲୋକଙ୍କର ଯେଉଁ ବିଶ୍ୱାସ ଓ ଭରଷା ଯୋଡ଼ି ହୋଇ ରହିଛି ତାହାକୁ ଧରି ରଖିବା ଆମ ଦାୟିତ୍ୱ । ସ୍କୁଲଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକ କିଭଳି ଠିକ୍ ସମୟରେ ଶେଷହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ଏହାର ସୁଫଳ ପାଇପାରିବେ ସେଥିଲାଗି ‘ମୋ ସ୍କୁଲ୍’ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ସେହିପରି ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ରୁପଦ ସେଠୀ କହିଥିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତ ଭାବରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପାଠପଢା ସହ ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ‘ମୋ ସ୍କୁଲ୍’ ପଦକ୍ଷେପ ନେଇଛି । ତେବେ ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଅ ଳରେ ଥିବା ସ୍କୁଲ୍ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ‘ମୋ ସ୍କୁଲ୍ ଅଭିଯାନ’ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବାକୁ ସ୍ଥିର ହୋଇଥିଲା । ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ସେବା ପ୍ରଦାନ ମାଧ୍ୟମରେ ସେମାନଙ୍କୁ ସ୍କୁଲର ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ । ଏଥିପାଇଁ ପ୍ରତ୍ୟେକ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବ ର୍ମାନ କ’ଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରିବ । ବୈଠକରେ ‘ମୋ ସ୍କୁଲ୍’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ‘ମୋ ସ୍କୁଲ୍’ ଅଭିଯାନ ମୁଖ୍ୟ ପରି•ଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡିଡିଆରଡିଏ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.