Latest Odisha News

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନୂତନ କୀର୍ତିମାନ ସ୍ଥାପନ କରିଛି । ୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ଶେଷଥର ୧୯୮୩ରେ ଭାରତ ଏହି ସଫଳତା ହାସଲ କରିଥିଲା ।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା । ଶ୍ରେୟାଶ ଆୟାର ୮୦ ଓ ରିଷଭ ପନ୍ତ ୫୬ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଜାସନ ହୋଲ୍ଡର ୪ଟି ୱିକେଟ ନେଇଥିଲେ । ଜବାବରେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ୧୬୯ ରନ କରିବାକୁ ସକ୍ଷମ ହୋଇଥିଲେ । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଆୟାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed, but trackbacks and pingbacks are open.