ଭୁବନେଶ୍ୱର:କରୋନା କାଳରେ ଲକ୍ ଡାଉନ୍ ସଟଡାଉନ୍ । ଆଉ ସେହି ନୀରବ ପରିବେଶ ଭିତରେ ଆଡା ଜମାଇଛନ୍ତି ଫ୍ଲେମିଙ୍ଗୋ ପକ୍ଷୀ । ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡିଆସିଛନ୍ତି । ପରିବେଶ ଟିକେ ଉଷ୍ମ ହୋଇଗଲେ ଏମାନଙ୍କର ଆଗମନ ହୋଇଥାଏ । ଚଳିତଥର ଚିଲିକାରେ ମଧ୍ୟ ଏହି ପକ୍ଷୀ ମାନଙ୍କର ବେଶ୍ ଗହଳି ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଫ୍ଲେମିଙ୍ଗୋ ଦଳ ହୋଇ ଉଡିଆସନ୍ତି ସୁଦୂର ଇଲାକାରୁ
। ଆଉ ଖାଦ୍ୟ ଅନ୍ୱେଷଣରେ ଜମିଯାନ୍ତି କେଉଁ ହ୍ରଦ ଆଉ ପାଣି ଜାଗାରେ । ସେହିଭଳି ତୁର୍କୀର ଆନାଟୋଲିଆ ତୁଜ୍ ହ୍ରଦରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ସମାଗମ ହୋଇଛି । କହିବାକୁ ଗଲେ ଏହା ହେଉଛି ପକ୍ଷୀଙ୍କ ପ୍ରଜନନ କେନ୍ଦ୍ର । ଏମାନେ ଏହି ସ୍ଥାନରେ ରହିବା ସହିତ ଅଣ୍ଡା ମଧ୍ୟ ଦେଇଥାନ୍ତି ।
ତେବେ ପୁଣି ଉଷ୍ମତା ଚାଲିଗଲେ ଏମାନେ ଚାଲିଯାନ୍ତି । ହେଲେ ଚଳିତଥର ସେମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । କେବଳ ତୁର୍କୀ ନୁହେଁ କିଛି ଦିନ ତଳେ ମାୟାନଗରୀ ମୁମ୍ବାଇରେ ଏହ ପକ୍ଷୀଙ୍କର ହୋଇଥିଲା ସମାଗମ । ହଜାର ହଜାର ଫ୍ଲେମିଙ୍ଗୋ କରୋନା ସମୟରେ ମୁମ୍ବାଇରେ ପାଲଟିଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ ।
Comments are closed.