Latest Odisha News

BREAKING NEWS

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ‘ଭାରତୀୟ ଜନ ସଂଚାର ସଂସ୍ଥାନ’ (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ ବିରଳ। ତାଙ୍କ ଲେଖାକୁ ପିଲାଙ୍କ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଭଲ ପାଉଥିଲେ।

କିଟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ ପ୍ରଫେସର ଏସ. ଏନ. ମିଶ୍ର କହିଥିଲେ ଯେ ସମାଜବାଦରୁ ଆଧ୍ୟାତ୍ମିକତା ଜଗତକୁ ମନୋଜ ଦାସଙ୍କ ଲେଖା ସବୁବେଳେ ପ୍ରଭାବିତ କରିଛି । ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ ମନୋଜ ଦାସଙ୍କ ସାହିତ୍ୟ ଶଙ୍ଖାରୀ ଠାରୁ ପଣ୍ଡିଚେରୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଥିଲା ବୋଲି ମତ ପ୍ରକାଶ କରିଥିଲେ।

ଲେଖକ ରମେନ୍ଦ୍ର କୁମାର ମନୋଜ ଦାସଙ୍କ ଲେଖାରେ ସମାଜର ପ୍ରତ୍ୟେକ ବ୍ୟକ୍ତି ପ୍ରତି ସମ୍ବେଦନଶୀଳତା ଥିଲା ବୋଲି କହିଥିଲେ । ମନୋଜ ଦାସ ସାହିତ୍ୟର ସଂଗ୍ରାହକ ସମୀର ରଞ୍ଜନ ଦାସ , ମନୋଜ ଦାସଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।

ସର୍ବଦା ପାଠକଙ୍କୁ ହସେଇ କନ୍ଦେଇ ଚେତନାର ଶୀର୍ଷକୁ ନେଇଯିବାର କ୍ଷମତା କେବଳ ମନୋଜ ଦାସଙ୍କର ଥିଲା ବୋଲି ଆଇଆଇଏମସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କହିଥିଲେ ଏବଂ ପାଠକ ମାନଙ୍କ ଉପରେ ମନୋଜ ଦାସଙ୍କ ଲେଖାର ପ୍ରଭାବ ସମ୍ପର୍କରେ ଗଣମାଧ୍ୟମ ଶିକ୍ଷକ ପଦ୍ମଲୋଚନ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମନୋଜ ପ୍ରେମୀ, ସଂସ୍ଥାନର ଅଧ୍ୟାପକ , କର୍ମଚାରୀ , ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Leave A Reply

Your email address will not be published.