Latest Odisha News

BREAKING NEWS

କର୍କଟ ରୋଗୀଙ୍କ ପାଇଁ ନୂଆ ବରଦାନ ‘ଫ୍ଲାସ୍ ରେଡିଓଥେରାପି’

ଭୁବନେଶ୍ବର: ଫ୍ଲାସ୍ ରେଡିଓଥେରାପି, କର୍କଟ ରୋଗର ଚିକିତ୍ସା କ୍ଷେତ୍ରର ବଡ଼ ଉପଲବ୍ଧି । ଫ୍ଲାସ୍ ରେଡିଓଥେରାପି ନାମକ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବର୍ତ୍ତମାନ ମାତ୍ର ଗୋଟିଏ ସେକେଣ୍ଡରେ ବିକିରଣ ଦିଆଯାଇପାରିବ ।

ଏହି ନୂତନ ପଦ୍ଧତିରେ ଚିକିତ୍ସା ଶୀଘ୍ର ହେବା ସହ ଚିକିତ୍ସାକୁ ଅଧିକ ନିରାପଦ ଏବଂ ପ୍ରଭାବଶାଳୀ ମଧ୍ୟ କରିବ । ପାରମ୍ପାରିକ ରେଡିଓଥେରାପିରେ, ଟ୍ୟୁମରରେ ବିକିରଣ କିଛି ମିନିଟ୍ ଏବଂ ଅନେକ ଅବଧି ପାଇଁ ଦିଆଯାଏ । ଏଥିରେ ଟିସୁକୁ କ୍ଷତି ପହଞ୍ଚେ । ବିଶେଷ କରି ଯେତେବେଳେ କର୍କଟ ମସ୍ତିଷ୍କ ପରି ଶରୀରର ସମ୍ବେଦନଶୀଳ ଅଂଶରେ ହୋଇଥାଏ । ଫ୍ଲାସ୍ ରେଡିଓଥେରାପି ଏହି ସମସ୍ୟାର ସମାଧାନ ଆଣିଛି । ଏହି ଟେକ୍ନୋଲୋଜି “ମିଲିସେକେଣ୍ଡ” ରେ ଅଲ୍ଟ୍ରା-ହାଇ ଡୋଜ୍ ବିକିରଣ ବିତରଣ କରେ ।

ପାରମ୍ପାରିକ ରେଡିଓଥେରାପି ତୁଳନାରେ ଏହା ୪୦୦ଗୁଣ ଅଧିକ ତୀବ୍ର । ଏହି ପଦ୍ଧତିରେ ମଲେକୁଲାର ଟ୍ରିଟମଣ୍ଟ ଓ ଆଡଭାନ୍ସ ଡାୟଗୋନଷ୍ଟିକ୍ ଟୁଲର୍ ବ୍ୟବହାର କରାଯାଇଛି । ଏହା କର୍କଟ କୋଷିକାକୁ ଚିହ୍ନଟ କରି ନଷ୍ଟ କରିବାକୁ ସକ୍ଷମ । ଲ୍ୟୁକେମିୟା କର୍କଟ ଓ ପ୍ରୋଷ୍ଟେଟ୍ କର୍କଟ ଆଦି ପାଇଁ ଏହି ରେଡିଓଥେରାପି ଭଲ । ଏହି ଥେରାପି ଦ୍ବାରା ରୋଗୀଙ୍କୁ ହସ୍ପିଟାଲରେ ଦୀର୍ଘ ସମୟ ରହିବାକୁ ପଡେ ନାହିଁ ।

ୟୁଏସ ୟୁନିଭର୍ସସିଟି ଅଫ୍ ସିନସିନାଟି କର୍କଟ ସେଣ୍ଟରରେ ଏହା ପୂର୍ବରୁ ଅଧ୍ୟୟନ କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜଣେ ସପ୍ତାହରେ କିମ୍ବା ମାସରେ ଥରେ ଏହି ଥେରାପି ନେଇପାରିବେ । ଏଥିରେ କମ୍ ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଦେଖାଯାଏ । କମ୍ ସମୟରେ ରୋଗୀଙ୍କୁ ରୋଡିଓଥେରାପି ସହ ହାଇଡୋଜ୍ ଦେବା ଦ୍ବାରା ସାଧାରଣ କୋଷ ଜୀବିତ ରହିପାରନ୍ତି ।

Comments are closed.