Latest Odisha News

BREAKING NEWS

ବିଦାୟ ୨୦୧୯: ଐତିହାସିକ ଅଯୋଧ୍ୟା ରାୟ ବର୍ଷର ସବୁଠୁ ଚର୍ଚ୍ଚିତ ଘଟଣା…

ଭୁବନେଶ୍ୱର: ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ଶ୍ରୀରାମ ଜନ୍ମଭୂମି-ବାବରୀ ମସଜିଦର ଅଯୋଧ୍ୟା ବିବାଦୀୟ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ । ଏହା ହେଉଛି ବିଗତ ୨୦୧୯ର ସବୁଠୁ ଅଧିକ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ଘଟଣା ।

ସୁପ୍ରିମକୋର୍ଟ ତାଙ୍କ ଏହି ଐତିହାସିକ ରାୟରେ ବିବାଦୀୟ ୨.୭୭ ଏକର ଜମିରେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ । ଏପରିକି ମସଜିଦ ନିର୍ମାଣ ଲାଗି ଅଯୋଧ୍ୟାର ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ଏହି ରାୟ ପ୍ରକାଶ ପରେ ଦୀର୍ଘ ୭୦ ବର୍ଷ ଧରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ହୋଇଥିଲା । ଏହି ଐତିହାସିକ ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା ।

ଏହି ରାୟକୁ ସମସ୍ତ ପକ୍ଷ ଯେଉଁଭଳି ଭାବେ ଗ୍ରହଣ କରିଛନ୍ତି ତାହା ପ୍ରକୃତରେ ଭାରତୀୟ ଇତିହାସରେ ବିରଳ ଏବଂ ଭାରତୀୟ ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଓ ଭରସା ଦ୍ୱିଗୁଣିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

Leave A Reply

Your email address will not be published.