Latest Odisha News

BREAKING NEWS

ଖରାପ ପାଗ ଯୋଗୁଁ ବାତିଲ ହେଲା ଉପ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ବଲାଙ୍ଗିର: ଓଡିଶା ଗସ୍ତରେ ଶୁକ୍ରବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଆସିବାକୁ ଥିବାବେଳେ ଖରାପ ପାଗ ଯୋଗୁଁ ଏହା ବାତିଲ ହୋଇଛି ।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସେ ବଲାଙ୍ଗିର ଗସ୍ତରେ ଆସି ବରକାଣିରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିଥାନ୍ତେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଳାଟିନମ୍ ଜୁବୁଲି ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ।

ଉପରାଷ୍ଟ୍ରପତି ଶୁକ୍ରବାର ଦିନ ଏକ ଏୟାରକ୍ରାଫ୍ଟ ଯୋଗେ ଦିଲ୍ଲୀରୁ ରାୟପୁରରେ ଆସି ପହଞ୍ଚିଥିଲେ । ପରେ ଅନ୍ୟଏକ ସ୍ୱତନ୍ତ୍ରହେଲିକପ୍ଟର ଯୋଗେ ବଲାଙ୍ଗିରରେ ଆସିବାକୁ ଥିବା ବେଳେ ଘନ କୁହୁଡି ତଥା ଖରାପ ପାଗ ଯୋଗୁଁ ଉଡାଣ ସମ୍ଭବପର ହୋଇପାରିନଥିଲା । ଫଳରେ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିବାକୁ ଏକପ୍ରକାର ବାଧ୍ୟ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ବର୍ତ୍ତମାନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିରର ବରକାଣିରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଳାଟିନମ୍ ଜୁବୁଲି ସମାରୋହରେ ଗାନ୍ଧୀ ଷ୍ଟାଡିୟମରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ । ଏଥିସହିତ ଏହି ପ୍ଲାଣ୍ଟ ନିର୍ଦ୍ଧାରିତ ସମୟଠାରୁ ତଥା ୧୯ ମାସରେ ନିର୍ମାଣ ଶେଷ ହୋଇ ରେକର୍ଡ ସୃଷ୍ଟି କରିଛି । ୨୩ ଏକର ଜମିରେ ପରିମିତ ଏହି ପ୍ଲାଣ୍ଟକୁ ବିପିସିଏଲ୍ ପକ୍ଷରୁ ପ୍ରାୟ ୧୦୩ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି । ଏଠାରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦିତ ହେବାକୁ ଥିବା ବେଳେ ଏହା ରାଜ୍ୟର ୧୪ଟି ଜିଲ୍ଲାକୁ ଯୋଗାଣ କରାଯିବ ।

Leave A Reply

Your email address will not be published.