Latest Odisha News

BREAKING NEWS

୨୦୧୯ର ଟପ୍ ଟେନ୍ ମହିଳା ଖେଳାଳି; ତାଲିକାରେ ରହିଲେ ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ !

ନୂଆଦିଲ୍ଲୀ: ସୋସିଆଲ୍ ମିଡ଼ିଆ ଟ୍ୱିଟରରେ ପ୍ରକାଶିତ ‘ଦିସ୍ ହାପେନଡ଼ ୨୦୧୯’ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ଜଣ ମହିଳା ଖେଳାଳୀଙ୍କ ତାଲିକା ପ୍ରକାଶିତ ହୋଇଛି ।

ଏହି ତାଲିକାରେ ଯେଉଁ ୧୦ ଜଣ ପ୍ରତିଭାବାନ ଭାରତୀୟ ମହିଳା ରହିଛନ୍ତି ସେଥିରେ ରହିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ।

ଟପ୍ ଟେନ୍ ମହିଳା ଭାରତୀୟ ଖେଳାଳି – ୨୦୧୯:

୧ – ପି ଭି ସିନ୍ଧୁ (ବ୍ୟାଡ଼ମିଣ୍ଟନ)
୨ – ହିମା ଦାସ (ଆଥଲେଟିକ)
୩ – ସାନିଆ ମିର୍ଜା (ଟେନିସ)
୪ – ସାଇନା ନେହୱାଲ (ବ୍ୟାଡ଼ମିଣ୍ଟନ)
୫ – ମିତାଲି ରାଜ (କ୍ରିକେଟ)
୬ – ମେରୀ କମ୍ (ବକ୍ସିଂ)
୭ – ସ୍ମୃତି ମାନ୍ଧନା (କ୍ରିକେଟ)
୮ – ଦୂତୀ ଚାନ୍ଦ (ଆଥଲେଟିକ)
୯ – ମାନସୀ ନୟନା ଯୋଶୀ (ପାରା ବ୍ୟାଡ଼ମିଣ୍ଟନ)
୧୦ – ରାଣୀ ରାମପାଲ୍ (ହକି)

୨୦୧୯ ମସିହାର ଯେଉଁ ଭାରତୀୟ ମହିଳା କ୍ରୀଡ଼ାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ଟ୍ୱିଟରରେ ଯାହାଙ୍କୁ ନେଇ ସର୍ବାଧିକ ଚର୍ଚ୍ଚା ହୋଇଛି ସେହି ଖେଳାଳି ମାନେ ଏହି ତାଲିକାରେ ରହିଛନ୍ତି । ଟ୍ୱିଟର୍ ଇଣ୍ଡିଆ ପକ୍ଷରୁ ଏହି ତାଲିକା ଘୋଷିତ ହୋଇଛି ।

Leave A Reply

Your email address will not be published.