Latest Odisha News

BREAKING NEWS

ଗୁଗୁଲ ବସ୍ ସୁନ୍ଦର ପିଚାଇଙ୍କ ଦରମା ଜାଣିଲେ ଉଡ଼ିଯିବ ହୋସ୍: ମିଳୁଛି ୧,୭୨୧ କୋଟି ଟଙ୍କାର ପ୍ୟାକେଜ !

ଭୁବନେଶ୍ୱର: ଆଲଫାବେଟ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦରମାରେ ଅନେକ ବୃଦ୍ଧି ଘଟିଛି ।

ଶ୍ରୀ ପିଚାଇଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ମିଳୁଥିବା ବେଳେ ତାଙ୍କୁ ଷ୍ଟକ ପ୍ୟାକେଜ ମିଳିଛି ୧,୭୦୭ କୋଟି ($ ୨୪୦ ମିଲିଅନ) ଟଙ୍କା।

ଏହା ବ୍ୟତୀତ ଏହି ୪୭ ବର୍ଷ ବୟସ୍କ ଗୁଗୁଲ ସିଇଓ ପଫର୍ମନ୍ସ ଷ୍ଟକ ୟୁନିଟ ବାବଦକୁ ୬୪୦ କୋଟି ଟଙ୍କା ପାଇବେ ।

ନିକଟରେ ଗୁଗୁଲର ସହ-ସଂସ୍ଥାପକ ଲୋରୀ ପେଜ ଓ ସର୍ଗେ ବ୍ରିନ ସଂସ୍ଥାରୁ ଓହରି ଯିବା ପରେ ସୁନ୍ଦରଙ୍କୁ ଏହି ଶୀର୍ଷ ସ୍ଥାନ ମିଳିଥିବା ଜଣାପଡିଛି ।

ସୁନ୍ଦର ପିଚାଇ ଭାରତରେ ବଡ଼ ହୋଇଥିବା ବେଳେ ତାଙ୍କ ପାଖରେ ଷ୍ଟେନଫୋର୍ଡ ୟୁନିଭରସିଟି ଓ ପେନାସିଲବୋନିଆର ହ୍ଵାର୍ଟନ ସ୍କୁଲ ଅଫ ୟୁନିଭରସିଟିର ଡ଼ିଗ୍ରୀ ରହିଛି ।

ସୁନ୍ଦର ୨୦୦୪ ମସିହାରୁ ଗୁଗୁଲର୍ବ କାମ କରୁଛନ୍ତି । ଗୁଗୁଲର ଜିମେଲ, କ୍ରୋମ ବ୍ରାଉଜର ଓ ଆଣ୍ଡ୍ରଏଡ଼ ଅପରେଟିଙ୍ଗ ଭଳି ଲୋକପ୍ରିୟ ସିଷ୍ଟମର ନେତୃତ୍ୱ ନେଉଛନ୍ତି ।

Leave A Reply

Your email address will not be published.