Latest Odisha News

BREAKING NEWS

ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ: ଜାଣନ୍ତୁ, କ’ଣ ଥିଲା ଘଟଣାକ୍ରମ..

ଭୁବନେଶ୍ୱର: ୨୦୧୯ ମସିହା ୧୪ ଫେବୃୟାରୀ ୧୪ ତାରିଖ । ଗତବର୍ଷ ଏହିଦିନ ଭାରତୀୟ ‘ସିଆରପିଏଫ’ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା ।

ଏଥିରେ ୪୪ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା ।ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।

ଘଟଣାକ୍ରମ:

ଫେବୃୟାରୀ ୨୦୧୯ ମସିହାରେ ୨୫୦୦ରୁ ଅଧିକ ସିଆରପିଏଫ ପ୍ରତିରକ୍ଷାବାହିନୀ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥ ୪୪ରେ ଯାଉଥିଲେ ।

ଗାଡି ଗୁଡିକ ଭୋର ସକାଳ ୩:୩୦ରେ ଜମ୍ମୁରୁ ଯାତ୍ରା ପ୍ରାରମ୍ଭ କରିଥିଲେ । ଆଗରୁ ଜାତୀୟ ରାଜପଥ ଦୁଇ ଦିନ ଧରି ବନ୍ଦ ଥିଲା, ଦୁଇଦିନପାରେ ସେହିଦିନ ଖୋଲିଥିବାରୁ ଏତେ ମାତ୍ରାରେ ସେନା ସ୍ଥାନାନ୍ତରିତ ହେଉଥିଲେ । ସନ୍ଧ୍ୟାପୂର୍ବରୁ ଶ୍ରୀନଗରରେ ପହଁଚିବାର ଯୋଜନା କରାଯାଇଥିଲା ।

ଗାଡ଼ି ଗୁଡ଼ିକ ଅବନ୍ତିପୁରା ନିକଟସ୍ଥ ଲେଠାପୁରା ଦେଇ ଅପରାହ୍ନ ୩:୧୫ରେ ଗତି କରୁଥିଲେ ।ସେହି ସମୟରେ ପ୍ରଚୁର ମାତ୍ରାରେ ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଏକ ମହିନ୍ଦ୍ରା ସ୍କୋର୍ପିଓ ଆସି କିଛି ଯବାନ ଯାଉଥିବା ଏକ ବୁଲେଟ ପ୍ରୁଫ ନଥିବା ବସକୁ ଜୋରରେ ଧକ୍କା ଦେଇଥିଲା ।

ଏକ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅତି କମରେ ୭୬ତମ ବାଟାଲିୟନର ୪୬ ଜଣ ଯବାନ ଶହୀଦ ହେବ ସହ ଅନେକ ଆଘାତପ୍ରାପ୍ତ ହୋଇଥିଲେ ।

ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।

ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନାମକ ବ୍ୟକ୍ତି, ଜୈଶ-ଏ-ମହମ୍ମଦ ସଙ୍ଗଠନରେ ଯୋଗଦାନ କରିଥିଲେ । ସେ ଆକ୍ରମଣ ସ୍ଥଳୀରୁ ମାତ୍ର ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିଲେ ।

ପାକିସ୍ତାନ ସରକାର ଏହି ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.