Latest Odisha News

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡିବ ବିମାନ

ଭୁବନେଶ୍ବର: ଖୁବ ଶୀଘ୍ର ଭୁବନେଶ୍ବରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ଉଡ଼ିବ ବିମାନ । ଅଗଷ୍ଟ ୩୦ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୧୧ଟା ୧୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ ଉଡାଣ ଭରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ । ଏନେଇ ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳ ସୂଚନା ଦେଇଛନ୍ତି ।

ସେହିପରି ଦୁର୍ଗାପୁରରୁ ଅପରାହ୍ନ ୪ଟା ୩୫ମିନିଟରେ ବିମାନ ଉଡାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୧୫ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବ । ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଇଣ୍ଡିଗୋ ବିମାନ ଉଡ଼ିବ ।

ଏଥିସହିତ ଭୁବନେଶ୍ବରରୁ ବାଗଡୋଗରାକୁ ସପ୍ତାହକୁ ୪ ଦିନ ଏବଂ ସପ୍ତାହକୁ ୩ ଦିନ ଭୁବନେଶ୍ବରରୁ ଗୌହାଟୀକୁ ବିମାନ ଉଡାଣ ଭରିବ ।

 

Comments are closed.