Latest Odisha News

BREAKING NEWS

ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା

ଭୁବନେଶ୍ଵର: ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା । ବାତ୍ୟା ‘ଦାନା’ ପାଇଁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ସକାଳ ୮ଟାରୁ ତାହା ସ୍ୱାଭାବିକ ହୋଇଛି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’। ଦୀର୍ଘ ପ୍ରାୟ ୫ଘଣ୍ଟା ଧରି ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିଥିଲା । ତେବେ ଲ୍ୟାଣ୍ଡଫଲ ପରେ କିଛି ସ୍ଥାନକୁ ଛାଡି ବାକି ସମସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି । ଖାସ୍‌ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.