Latest Odisha News

BREAKING NEWS

‘କପଲ’ଙ୍କ ହନିମୁନ ପାଇଁ ସର୍ବୋତ୍ତମ ଏହି ୫ ସ୍ଥାନ, ଥରେ ବୁଲି ଯାଆନ୍ତୁ ସାରା ଜୀବନ ମନେ ରହିବ

ନୂଆଦିଲ୍ଲୀ: ପ୍ରାୟତଃ କାମର ଚାପ ଏବଂ ପରିବାରର ଦେଖାଶୁଣା କାରଣରୁ ଦମ୍ପତି ମାନେ ପରସ୍ପରକୁ ସମୟ ଦେବାରେ ସକ୍ଷମ ହୋଇପାରନ୍ତି ନାହିଁ । ଆପଣ ମଧ୍ୟ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରନ୍ତି । ଏପରି ସ୍ଥିତିରେ, ଯଦି ଆପଣ କେବଳ କିଛି ଦିନ ପରସ୍ପର ସହିତ ସମୟ ବିତାଇବାକୁ ଏବଂ ଜୀବନକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ଏକ କପଲ ଭିଜିଟ ରେ ଯାଆନ୍ତୁ । ସମସ୍ତ କାର୍ଯ୍ୟରୁ ଏକ ସପ୍ତାହ ବ୍ରେକ ନେଇ ଆପଣଙ୍କ ଫେବରାଇଟ ସ୍ଥାନକୁ ବୁଲିବାକୁ ଯାଆନ୍ତୁ । ଯଦି ଆପଣ ଦେଶ ବାହାରେ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯିବାକୁ ଚାହାଁନ୍ତି, ତେବେ ଏପରି ଅନେକ ସ୍ଥାନ ଅଛି ଯାହା ଆପଣଙ୍କ ମନକୁ ବେଶ ଖୁସି ଦେବ । ଆପଣ ସମସ୍ତ ଚାପ ଏବଂ ସମସ୍ୟା ଭୁଲିଯିବେ । ତେବେ ଏପରି ସ୍ଥାନ ରହିଛି ଯେଉଁଠିକୁ ଦମ୍ପତ୍ତି ମାନଙ୍କ ସହ ନବ ଦମ୍ପତ୍ତି ମାନେ ମଧ୍ୟ ଯିବାକୁ ବେଶ ପସନ୍ଦ କରନ୍ତି ଆଉ ହନିମୁନ ପାଇଁ ଏହା ବେଷ୍ଟ ପ୍ଲେସ ଅଟେ ।

ବାଲି- ଯଦି ଆପଣଙ୍କୁ କପଲ ଟ୍ରାଭେଲ ଟେଷ୍ଟିନେସନ ଦରକାର ଯେଉଁଠି ଆପଣ ସୁନ୍ଦର ଉପତ୍ୟକା ର ତଲାସ ରେ ଅଛନ୍ତି ତେବେ ଆପଣ ଥରେ ବାଲି ଯାଆନ୍ତୁ । ବାଲି ର ସୁନ୍ଦର ବେଳାଭୂମିରେ ଆପଣ ପରସ୍ପର ସହିତ କ୍ବାଲିଟି ଟାଇମ ବିତାଇ ପାରିବେ । ଆପଣ ଆପଣଙ୍କ ଜୀବନକୁ ପୁଣି ରୋମାଣ୍ଟିକ୍ କରି ପାରିବେ । ପୂର୍ବ ଅପେକ୍ଷା ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିପାରିବେ । ଏଠାରେ ଥିବା ଖାଦ୍ୟ ମଧ୍ୟ ବହୁତ ସ୍ୱାଦିଷ୍ଟ । ପ୍ରତିବର୍ଷ ଅଧିକାଂଶ କପଲ ଏଠାକୁ ନିଜର ବେଷ୍ଟ ଟାଇମ ସ୍ପେଣ୍ଡ କରିବାକୁ ଆସିଥାନ୍ତି ।

 

ମାଲଦ୍ୱୀପ- ଅଧିକାଂଶ କପଲ ମାଲଦ୍ୱୀପ ଯିବାକୁ ମଧ୍ୟ ପସନ୍ଦ କରନ୍ତି । ଯଦି ଆପଣ ମାଲଦ୍ୱୀପ ଯିବାର ସ୍ୱପ୍ନ ଦେଖନ୍ତି ତେବେ ନିଶ୍ଚିତ ଭାବରେ ଥରେ ଏଠାକୁ ବୁଲିବାକୁ ଯାଆନ୍ତୁ । ଏଠାକାର ସମୁଦ୍ର କୂଳରେ ନିର୍ମିତ ଛୋଟ ଛୋଟ କଟେଜ ଓ ବିଚ୍ ହାଉସ୍ ଏକ ଶାନ୍ତିପୂର୍ଣ୍ଣ ସମୟ ଅତିବାହିତ କରିବାକୁ ଆପଣ ପର୍ଯ୍ୟାପ୍ତ ସୁଯୋଗ ପାଇବେ । ଏହାର ସୌନ୍ଦର୍ଯ୍ୟ ପାଇଁ ମାଲଦ୍ୱୀପ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହା ବେଷ୍ଟ କପଲ ହନିମୁନ୍ ଟେଷ୍ଟିନେସନ ଅଟେ ।

 

ଭିଏତନାମ- ଭିଏତନାମ ହେଉଛି ଦକ୍ଷିଣ ପୂର୍ବ ଏସୀୟ ଦେଶ, ଯାହା ସମୁଦ୍ର କୂଳ, ନଦୀ, ବୌଦ୍ଧ ସ୍ଥଳୀ ପାଇଁ ପ୍ରସିଦ୍ଧ । ଯେଉଁ କପଲ ମାନେ କମ୍ ବଜେଟ୍ ରେ ଭରପୁର ମଜା କରିବାକୁ ଚାହାଁନ୍ତି, ତେବେ ଆପଣ ଭିଏତନାମ ଯାତ୍ରା କରିପାରିବେ । ଆପଣ ଏଠାରେ ଅନେକ ଜିନିଷ ଦେଖିବାକୁ ପାଇବେ ସୁନ୍ଦର ବେଳାଭୂମିରେ ଆପଣ ପରସ୍ପର ସହିତ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇ ପାରିବେ ।

 

ନ୍ୟୁଜିଲ୍ୟାଣ୍ଡ- ଯଦି ଆପଣ ଏକ ରୋମାଣ୍ଟିକ୍ ଭିଜିଟ୍ ପ୍ଲେସ ଖୋଜୁଛନ୍ତି ତେବେ ଆପଣ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଯାଇପାରିବେ । ଏହା ମଧ୍ୟ ନିୟୁ ମ୍ୟାରେଡ କପଲଙ୍କ ପାଇଁ ଏକ ବହୁତ ସୁନ୍ଦର ହନିମୁନ୍ ପ୍ଲେସ ଅଟେ । ନୀଳ ସମୁଦ୍ର କୂଳେ ଏବଂ ଉଚ୍ଚା ଉଚ୍ଚା ପାହାଡ ମଝିରେ ପରସ୍ପର ସହିତ ବୁଲିବା ଓ ସମୟ ବିତାଇବା ଆପଣଙ୍କୁ ଏକ ରୋମାଣ୍ଟିକ୍ ଅନୁଭବ ଦେବ ।

ମରିସସ୍- ଯଦି ଆପଣ ବାଲି, ମାଲଦ୍ୱୀପ ଯାଇଛନ୍ତି, ତେବେ ଏଥର ମରିସସ୍ ବୁଲିଯିବାର ଯୋଜନା ପ୍ରସ୍ତୁତ କରନ୍ତୁ । ଯଦି ଆପଣ ବର୍ତ୍ତମାନ ନ୍ୟୁ ମ୍ୟାରେଡ କପଲ ଅଛନ୍ତି ଏବଂ ହନିମୁନ୍ ଯୋଜନା କରୁଛନ୍ତି, ତେବେ ମରିସସ୍ ଆପଣଙ୍କ ପାଇଁ ସର୍ବୋତ୍ତମ କପଲ ଭିଜିଟ ପ୍ଲେସ ହେବ । କୁହାଯାଏ ଯେ ମରିସସ୍ ପୃଥିବୀର ଏକ ସୁନ୍ଦର ସ୍ଥାନ ଅଟେ । ଏଠାରେ ଥିବା ସୁନ୍ଦର ବେଳାଭୂମିରେ ନିଜ ଜୀବନ ସାଥୀ ସହିତ ହାତ କୁ ହାତ ଧରି ଚାଲିବା ଓ ସମୟ ବିତାଇବାରେ ଖାସ ଅନୁଭବ ମିଳିଥାଏ । ଆପଣ ଏଠାକୁ ଆସି ଏହାର ଖାଦ୍ୟ, ସଂସ୍କୃତି ଏବଂ ସ୍ଥାନଗୁଡିକୁ ପୂର୍ଣ୍ଣ ଉପଭୋଗ କରିପାରିବେ ।

Leave A Reply

Your email address will not be published.