Latest Odisha News

BREAKING NEWS

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୂଚନା ଅନୁଯାୟୀ ବେକ୍ ଏୟାରର ଏହି ବିମାନଟି ଅଲମାଟି ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବା ସମୟରେ କୌଣସି କାରଣବଶତଃ ତଳକୁ ଖସି ପଡିବା ସହ ଗୋଟିଏ କେଠା ଉପରେ ପଡିଯାଇଥିଲା ।

ଅନ୍ୟପକ୍ଷରେ ଉକ୍ତ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସରକାରୀ ସୁତ୍ରରୁ ପ୍ରକାଶ ।

ତେବେ ଏହି ବିମାନଟି ରାଜଧାନୀର ନୁର୍-ସୁଲତାନ୍ ଅଭିମୁଖେ ଉଡାଣ ଭରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.