ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ। ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ। ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍ ରେ ଅବତରଣ କରିବ।
ଏହି ୩ ଦିନ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍ ରେ ଏଠାରେ ଅବତରଣ କରିବ। ସେହିପରି ଫେବ୍ରୁଆରି ୨ରୁ ରାୟପୁରକୁ ଷ୍ଟାର୍ ଏୟାର ଉଡ଼ାଣ କରିବ। ସପ୍ତାହକୁ ୪ ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରି ସେଠାରେ ସନ୍ଧ୍ୟା ୭ଟା ୨୫ ରେ ଅବତରଣ କରିବ।
ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍ ରେ ଅବତରଣ କରିବ ବୋଲି ବିମାନ ବନ୍ଦର ନିର୍ଦେଶକ ସୂଚନା ଦେଇଛନ୍ତି। ମାର୍ଚ୍ଚ ପ୍ରଥମରୁ ଇଣ୍ଡିଗୋ ବିମାନ ଝାରସୁଗୁଡାରୁ ମୁମ୍ବାଇକୁ ସେବା ପ୍ରଦାନ କରିବା ନେଇ ସୂଚନା ମିଳିଛି।
Comments are closed.