Latest Odisha News

BREAKING NEWS

ସ୍ବାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ‘ବିଗ୍-ବିଲିୟନ ଡେ ସେଲ୍’ ଅଫର ଚାଲିଛି। କମ୍ପାନୀ ଏହି ବିକ୍ରୟକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନରେ ଅନେକ ବିଜ୍ଞାପନ ଭିଡିଓ ମଧ୍ୟ ସେୟାର କରିଥିଲା। ଏହାରି ମଧ୍ୟରେ ଗୋଟିଏ ବିଜ୍ଞାପନ ପାଇଁ କିନ୍ତୁ କମ୍ପାନୀକୁ କ୍ଷମା ମାଗିବାକୁ ପଡିଛି।

ଭିଡିଓରେ ମହିଳାମାନଙ୍କୁ ସପିଂ କରିବା ପାଇଁ ଉତ୍ସାହିତ କରିବାକୁ ଯାଇ ସେମାନଙ୍କ ସ୍ୱାମୀଙ୍କୁ ମୂର୍ଖ ଏବଂ ଅଳସୁଆ ଭାବେ ଦର୍ଶାଯାଇଛି।  ଫ୍ଲିପକାର୍ଟର ଏହି ବିଜ୍ଞାପନ ଭିଡିଓ କେବଳ ସ୍ୱାମୀଙ୍କ ଭାବନାକୁ ଆଘାତ ଦେଇନାହିଁ ବରଂ ଅନେକ ମହିଳା ସୋସିଆଲ ମିଡିଆରେ କମ୍ପାନୀକୁ ମଧ୍ୟ ସମାଲୋଚନା କରିଛନ୍ତି।

ବିବାଦ ପରେ ଫ୍ଲିପକାର୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା ସହ କୁହାଯାଇଛି ଯେ ଭୁଲରେ ଭିଡିଓ ଅନଲାଇନରେ ପୋଷ୍ଟ ହୋଇଯାଇଛି।

ଫ୍ଲିପକାର୍ଟ ଭିଡିଓକୁ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ମଧ୍ଯ ହଟାଇ ଦେଇଛି, କିନ୍ତୁ ଅନେକ ୟୁଜର୍ସ ଏହାକୁ ନିଜ ପ୍ଲାଟଫର୍ମରେ ସେୟାର କରିଥିଲେ। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ବିଜ୍ଞାପନ ଭିଡିଓରେ ଏକ ଦମ୍ପତି ଦେଖାଯାଉଛନ୍ତି। ଇ-କମର୍ସ ପ୍ଲାଟଫର୍ମରୁ ମହିଳା ନିଜ ସ୍ୱାମୀଙ୍କ ଅଜାଣତରେ ହ୍ୟାଣ୍ଡବ୍ୟାଗ ଅର୍ଡର କରିବା ପରେ କିପରି ହ୍ୟାଣ୍ଡବ୍ୟାଗ ଗୁଡିକୁ ଲୁଚାଇ ରଖିପାରିବେ ସେନେଇ ପରାମର୍ଶ ଦିଆଯାଇଛି।

Comments are closed.