ପାହାଡ଼ ଶିଖରରେ କିମ୍ବା ଅଗନାଅଗନି ବନସ୍ତରେ ଲୋକେ ଘର କରି ରହିବା କଥା ଆମେ ଶୁଣିଛେ । କିନ୍ତୁ ସମୁଦ୍ର ପାଣିରେ ବର୍ଷ ବର୍ଷ ଧରି ଘର କରି ରହିବା ଓ ପାଣିକୁ ଭିଟାମାଟି ଭାବେ ବିଚାର କରିବା ନିହାତି ଆଚମ୍ବିତ ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଗୋଟିଏ କି ଦୁଇଟି ଘର ନୁହେଁ, ପାଣି ଉପରେ ଘର କରି ରହୁଛନ୍ତି ୭ ହଜାରରୁ ଉର୍ଦ୍ଧ୍ୱ ପରିବାର । ଅର୍ଥାତ୍ ପ୍ରାୟ ୩୫ ହଜାର ଲୋକଙ୍କର ବାସସ୍ଥାନ ପାଲଟି ଯାଇଛି ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ଏକ ଗାଁ । ଏମିତି ଏକ ଗାଁ ରହିଛି ଚୀନ୍ରେ ।
ଚୀନ୍ର ଫୁଜିୟାନା ରାଜ୍ୟର ଦକ୍ଷିଣ-ପୂର୍ବ କ୍ଷେତ୍ର ଅଧୀନରେ ରହିଛି ନିଗେଡ଼ ସହର । ଏହି ସହରକୁ ନେଇ ବର୍ତମାନ ସମୟରେ ବେଶ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଲା ସହର ସନ୍ନିକଟ ସମୁଦ୍ର ଭିତରେ ରହିଛି ଏକ ଭାସମାନ ଗାଁ । ସମୁଦ୍ର ପାଣି ଭିତରେ ଗଢି ଉଠିଥିବା ଏହି ଗାଁରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି, ଯେଉଁମାନେ ହେଉଛନ୍ତି ଟାଙ୍କା ସମ୍ପ୍ରଦାୟର । ସମସ୍ତେ ପେଶାରେ ଜଣେ ଜଣେ ଧୀବର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାହିଁ କେଉଁକାଳରୁ ସେମାନେ ଏଠାରେ ରହି ଆସୁଛନ୍ତି । ପ୍ରାୟ ୭୦୦ ବର୍ଷ ପୂର୍ବେ ଏଠାରେ ତାଙ୍ଗ ରାଜବଂଶର ଶାସନ ଚାଲୁଥିଲା । ଏମାନଙ୍କ ଅତ୍ୟାଚାରରୁ ମୁକୁଳିବା ପାଇଁ ଟାଙ୍କା ଜନଜାତି ସମୂହ, ସମୁଦ୍ର ଭିତରେ ନିଜ ଡ଼ଙ୍ଗାରେ ଲୁଚି ରହୁଥିଲେ । ଧୀରେ ଧୀରେ ଏହା ସେମାନଙ୍କର ପରମ୍ପରାରେ ପରିଣତ ହେଲା । ଅର୍ଥାତ୍ ସୁବିଧା ଥାଇ ମଧ୍ୟ ଏହି ଜନଜାତି ସମୂହ ସମୁଦ୍ରରେ ଘର କରି ରହିବାକୁ ଆଗ୍ରହୀ ହେଲେ । ଇତିହାସକାରମାନେ କୁହନ୍ତି, ପରମ୍ପରାକୁ ଗୁରୁତ୍ୱ ଦେଇ ଏହି ଗାଁ ଲୋକେ ସେବେଠାରୁ ପାଣି ଭିତରୁ ବାହାରି ମାଟିରେ ପାଦ ଥାପି ନାହାନ୍ତି । ଆଧୁନିକତାର ଜୀବନ ଶୈଳୀ ବି ଆପଣାଇବାକୁ ଇଛା କରି ନାହାନ୍ତି । ନିଜର ପରମ୍ପରାଗତ ଢାଂଚାରେ ପାଣିରେ ଘର କରି ରହୁଛନ୍ତି ।
ଏହି ଭାସମାନ ଗାଁରେ ନିର୍ମିତ ଘରଗୁଡ଼ିକ ପାଇଁ ବଡ଼ ବଡ଼ ଲୁହାର ପ୍ଲେଟ ବ୍ୟବହାର କରାଯାଇଥାଏ । ଆବଶ୍ୟକତା ଅନୁସାରେ କାଠଗଡ଼କୁ ମଧ୍ୟ ସେମାନେ ବ୍ୟବହାର କରିଥାନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଲୋକମାନେ ସେହି ଭାସମାନ ଗାଁରେ ହିଁ ବିବାହ ଭଳି ଉତ୍ସବ ମଧ୍ୟ ଆୟୋଜନ କରିଥାନ୍ତି । ଏବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମ୍ପ୍ରଦାୟ ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉଛି । ହେଲେ ପ୍ରଶାସନର ଶତଚେଷ୍ଟା ସତ୍ୱେ ମଧ୍ୟ ସେମାନେ ପାଣିରୁ ବାହାରିବାକୁ ଅମଙ୍ଗ । ଏବେ କିଛି ଲୋକ ସମୁଦ୍ର କୂଳରେ ଘର କରି ରହିବାକୁ ରାଜି ହୋଇଛନ୍ତି । ହେଲେ ଆହୁରି ଅନେକ ଲୋକେ ସେହି ପରମ୍ପରାଗତ ଭାସମାନ ଗାଁରେ ରହିବାକୁ ପସନ୍ଦ କରୁଛନ୍ତି ।
BREAKING NEWS
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର

Comments are closed.