ପାହାଡ଼ ଶିଖରରେ କିମ୍ବା ଅଗନାଅଗନି ବନସ୍ତରେ ଲୋକେ ଘର କରି ରହିବା କଥା ଆମେ ଶୁଣିଛେ । କିନ୍ତୁ ସମୁଦ୍ର ପାଣିରେ ବର୍ଷ ବର୍ଷ ଧରି ଘର କରି ରହିବା ଓ ପାଣିକୁ ଭିଟାମାଟି ଭାବେ ବିଚାର କରିବା ନିହାତି ଆଚମ୍ବିତ ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଗୋଟିଏ କି ଦୁଇଟି ଘର ନୁହେଁ, ପାଣି ଉପରେ ଘର କରି ରହୁଛନ୍ତି ୭ ହଜାରରୁ ଉର୍ଦ୍ଧ୍ୱ ପରିବାର । ଅର୍ଥାତ୍ ପ୍ରାୟ ୩୫ ହଜାର ଲୋକଙ୍କର ବାସସ୍ଥାନ ପାଲଟି ଯାଇଛି ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ଏକ ଗାଁ । ଏମିତି ଏକ ଗାଁ ରହିଛି ଚୀନ୍ରେ ।
ଚୀନ୍ର ଫୁଜିୟାନା ରାଜ୍ୟର ଦକ୍ଷିଣ-ପୂର୍ବ କ୍ଷେତ୍ର ଅଧୀନରେ ରହିଛି ନିଗେଡ଼ ସହର । ଏହି ସହରକୁ ନେଇ ବର୍ତମାନ ସମୟରେ ବେଶ୍ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଲା ସହର ସନ୍ନିକଟ ସମୁଦ୍ର ଭିତରେ ରହିଛି ଏକ ଭାସମାନ ଗାଁ । ସମୁଦ୍ର ପାଣି ଭିତରେ ଗଢି ଉଠିଥିବା ଏହି ଗାଁରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି, ଯେଉଁମାନେ ହେଉଛନ୍ତି ଟାଙ୍କା ସମ୍ପ୍ରଦାୟର । ସମସ୍ତେ ପେଶାରେ ଜଣେ ଜଣେ ଧୀବର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାହିଁ କେଉଁକାଳରୁ ସେମାନେ ଏଠାରେ ରହି ଆସୁଛନ୍ତି । ପ୍ରାୟ ୭୦୦ ବର୍ଷ ପୂର୍ବେ ଏଠାରେ ତାଙ୍ଗ ରାଜବଂଶର ଶାସନ ଚାଲୁଥିଲା । ଏମାନଙ୍କ ଅତ୍ୟାଚାରରୁ ମୁକୁଳିବା ପାଇଁ ଟାଙ୍କା ଜନଜାତି ସମୂହ, ସମୁଦ୍ର ଭିତରେ ନିଜ ଡ଼ଙ୍ଗାରେ ଲୁଚି ରହୁଥିଲେ । ଧୀରେ ଧୀରେ ଏହା ସେମାନଙ୍କର ପରମ୍ପରାରେ ପରିଣତ ହେଲା । ଅର୍ଥାତ୍ ସୁବିଧା ଥାଇ ମଧ୍ୟ ଏହି ଜନଜାତି ସମୂହ ସମୁଦ୍ରରେ ଘର କରି ରହିବାକୁ ଆଗ୍ରହୀ ହେଲେ । ଇତିହାସକାରମାନେ କୁହନ୍ତି, ପରମ୍ପରାକୁ ଗୁରୁତ୍ୱ ଦେଇ ଏହି ଗାଁ ଲୋକେ ସେବେଠାରୁ ପାଣି ଭିତରୁ ବାହାରି ମାଟିରେ ପାଦ ଥାପି ନାହାନ୍ତି । ଆଧୁନିକତାର ଜୀବନ ଶୈଳୀ ବି ଆପଣାଇବାକୁ ଇଛା କରି ନାହାନ୍ତି । ନିଜର ପରମ୍ପରାଗତ ଢାଂଚାରେ ପାଣିରେ ଘର କରି ରହୁଛନ୍ତି ।
ଏହି ଭାସମାନ ଗାଁରେ ନିର୍ମିତ ଘରଗୁଡ଼ିକ ପାଇଁ ବଡ଼ ବଡ଼ ଲୁହାର ପ୍ଲେଟ ବ୍ୟବହାର କରାଯାଇଥାଏ । ଆବଶ୍ୟକତା ଅନୁସାରେ କାଠଗଡ଼କୁ ମଧ୍ୟ ସେମାନେ ବ୍ୟବହାର କରିଥାନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଲୋକମାନେ ସେହି ଭାସମାନ ଗାଁରେ ହିଁ ବିବାହ ଭଳି ଉତ୍ସବ ମଧ୍ୟ ଆୟୋଜନ କରିଥାନ୍ତି । ଏବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମ୍ପ୍ରଦାୟ ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉଛି । ହେଲେ ପ୍ରଶାସନର ଶତଚେଷ୍ଟା ସତ୍ୱେ ମଧ୍ୟ ସେମାନେ ପାଣିରୁ ବାହାରିବାକୁ ଅମଙ୍ଗ । ଏବେ କିଛି ଲୋକ ସମୁଦ୍ର କୂଳରେ ଘର କରି ରହିବାକୁ ରାଜି ହୋଇଛନ୍ତି । ହେଲେ ଆହୁରି ଅନେକ ଲୋକେ ସେହି ପରମ୍ପରାଗତ ଭାସମାନ ଗାଁରେ ରହିବାକୁ ପସନ୍ଦ କରୁଛନ୍ତି ।
BREAKING NEWS
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

Comments are closed.