Latest Odisha News

BREAKING NEWS

କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ ଫେରସ୍ତ ମାଗିବାରୁ ସେମାନେ ହତ୍ୟା ଧମକ ଦେଇଛନ୍ତି । ଦୀପକଙ୍କ ବାପା ଲୋକେନ୍ଦ୍ର ଚହରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଛି । ଲୋକେନ୍ଦ୍ରଙ୍କ ଅଭିଯୋଗ କ୍ରମେ ପାରିଖ ସ୍ପୋର୍ଟ୍ସ ଆଣ୍ଡ ଶପର ମାଲିକ ଧ୍ରୁବ ପାରିଖଙ୍କ ବାପା କମଳେଶ ଜୋତା ବ୍ୟବସାୟ କରନ୍ତି । ଜୟା ଏଥିରେ ପାର୍ଟନର ହେବା ପାଇଁ ଅନଲାଇନରେ ଲିଗାଲ ଏଗ୍ରିମେଂଟ କରିଥିଲେ । ଏ ବାବଦକୁ ସେ ଦେଇଥିବା ୧୦ ଲକ୍ଷ ଟଙ୍କା ସେମାନେ ଠକି ନେଇଥିଲେ ।

ଏବେ ଅର୍ଥ ମାଗିବାରୁ ସେମାନେ ଧମକାଉଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ବର୍ଷ ଜୁନରେ ଦୀପକ ଓ ଜୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀପକ ଆଘାତ ସମସ୍ୟା ଯୋଗୁ ଟିମ ଇଣ୍ଡିଆର ନିୟମିତ ଖେଳାଳି ହୋଇପାରୁ ନାହାନ୍ତି । ଏବେ ଫିଟ ହେବା ପରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୧୪ କୋଟିରେ ନେଇଛି ।

Leave A Reply

Your email address will not be published.