Latest Odisha News

ବନ୍ୟା ବିତ୍ପାତ; ବୁଡିଲା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ବିଗୁଡୁଥିବା ବେଳେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏପରିକି ଜଲପାଇଗୁଡ଼ି, କଲିମପୋଙ୍ଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଆସାମ ଗୌହାଟୀରେ ଥିବା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ପାଣିର‌େ ବୁଡିଯାଇଥିବା ନଜର ଆସିଛି। ଏହି ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ହେତୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଏପରିକି ସହର ଓ ଗ୍ରାମଗୁଡ଼ିକ ମଧ୍ୟ ଜଳମଗ୍ନ ହ‌ୋଇଛି।

ତେବେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୧୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬.୪୪ ଲକ୍ଷ ଲୋକ ବନ୍ୟା ଘ‌େରର‌େ ରହିଥିବା ନେଇ ସୂଚନା ମିଳିଛି। ଅରୁଣାଚଳ ପ୍ରଦେଶରେ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜୁଲାଇ ୨ରୁ ଜୁଲାଇ ୬ ପର୍ଯ୍ୟନ୍ତ ଇଟାନଗରରେ ସମସ୍ତ ସ୍କୁଲ ବନ୍ଦ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଲେଣି। ଅପରପକ୍ଷ‌େ ଅରୁଣାଚଳ ସୀମାବର୍ତ୍ତୀ ଦୁଇଟି ଜିଲ୍ଲାରେ ୧.୦୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.