Latest Odisha News

ବାଲେଶ୍ୱରରେ ବନ୍ୟା ସ୍ଥିତି, ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର: ଚାଲି ଯାଇଛି ବାତ୍ୟା ଦାନା ହେଲେ ବେହାଲ କରିଦେଇଛି ଜନଜୀବନ । ଦାନା କାରଣରୁ ଲଗାଣ ବର୍ଷା ହେତୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି । ଜିଲ୍ଲାର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଖବର ରହିଛି ।

ତେବେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା କାରଣରୁ ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ।

ସେହିପରି କୁଳଢିଆ ଅଭୟାରଣ୍ୟରେ ବର୍ଷା ଯୋଗୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡିଯାଇଛି । ରେମୁଣାର ବେଗୁନିଆ, କାଂଶ, କାଠପୋଲ, ନୀଳିଗିରି ଓ କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି ।

ବେଗୁନିଆରୁ ତୋଟାପଡାକୁ ସଂଯୋଗ କରୁଥିବା ରାସ୍ତା ପାଣିରେ ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave A Reply

Your email address will not be published.