Latest Odisha News

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ଆଜି ବିପଦ ସଙ୍କେତ ଉପରେ ଚାଲୁଛି ଜଳକା ନଦୀର ପାଣି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀ କୂଳିଆ ଲୋକେ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଏହାର ଜଳସ୍ତର ୬.୫୧ ମିଟର ରହିଛି । ଫଳରେ ଏଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଗତ ଦୁଇଦିନ ହେବ ବାଲେଶ୍ବର ସମେତ ମୟୂରଭଞ୍ଜ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରା ଯାଉଛି ।

ଯଦି ଏହି ପରି ଭାବେ ବର୍ଷା ଲାଗି ରହେ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

Comments are closed.