Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି ଆସିବା ଫଳରେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଧା ଜିଲ୍ଲା ଏବଂ ପୁରୀ ଜିଲ୍ଲାର ଚାଷ ଜମିରେ ପାଣି ମାଡ଼ିଯିବା ସହ ଅନେକ ଗାଁ ଏବେ ଜଳମଗ୍ନ ହୋଇଛି ।

ଏହିସବୁ ତଳିଆ ଅଞ୍ଚଳକୁ ବନ୍ୟା ପାଣି ମାଡି ଆସିଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ଅଞ୍ଚଳରେ ବସ ବାସ କରୁଥିରେବା ଗ୍ରାମ ଗୁଡିକ ଜଳବନ୍ଦୀ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ସୁବିଧା ଏମାନଙ୍କ ପାଖରେ ପହଁଚିନଥିବା ଅଭିଯୋଗ ହେଉଛି ।  ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।  ଓର୍ବରସିଂହ ଗ୍ରାମପଞ୍ଚାୟତ ରେ ବାସକରୁଥବା କେତୋଟି ଗ୍ରାମ ଯଥା, କୃଷ୍ଣପୁର, ଓର୍ବରସିଂହ,ଡିହଖଳା, ହିରୁମୂଳ, ଦୃଗାପୁର, ରାୟପୁର, ଆଦି ଗ୍ରାମରଚାଷୀ ଓ ଜନସାଧାରଣ ମାନେ ଅନେକ କଷ୍ଟରେ କାଳାତିପାତକରୁଛନ୍ତି  । ଏହି ପଂଚାୟତର ଆଖପାଖ ପଂଚାୟତ ମଧ୍ୟ ପାଣି ଘେରରେ ରହିଛି ।  ପ୍ରଶାସନ ଚାଷୀମାନଙ୍କ ପ୍ରତି ଦୃଷ୍ଟି ନେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

 

Leave A Reply

Your email address will not be published.