Latest Odisha News

BREAKING NEWS

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲର ରକ୍ଷାଣ ବେକ୍ଷଣ ଅଭାବରୁ ଅସରାଏ ବର୍ଷାରେ ଅନେକ ସ୍ଥାନରେ ଘାଇ ସୃଷ୍ଟି ହେଉଛି ।

ବିଗତ ୩ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ଜାଗାରେ କେନାଲ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଫଳରେ ଅନେକ ଚାଷ ଜମିରେ ବର୍ଷା ଜଳ ମାଡ଼ି ଜମି ବାଲିଚର ହୋଇ ଯାଇଛି । ଚାଷ ଜମି ବ୍ୟାପକ ଭାବେ କ୍ଷତି ହୋଇଛି । କେନାଲ ଭାଙ୍ଗି ଯାଇଥିବା ଯୋଗୁ ଭୈରବଗଡ଼ ଗାଁର ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଛି ।

ହେଲେ ଘାଇ ପରେ କେନାଲ ମରାମତି ପାଇଁ ଗାଁ ଲୋକେ ମୁନିଗୁଡ଼ା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ଭେଟି  ଜଣାଇଥିଲେ ମଧ୍ୟ ମରାମତି ହେଉନଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.