Latest Odisha News

କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇଥାଏ ଫ୍ଲୁ ଟିକା!

ନୂଆଦିଲ୍ଲୀ: କରୋନାର ଭୟଙ୍କର ପ୍ରଭାବରୁ ରକ୍ଷା କରିଥାଏ ଫ୍ଲୁ ଟିକା। ଅଧ୍ୟୟନ ଅନୁଯାୟୀ ଇନ୍‌ଫ୍ଲୁଏଞ୍ଜା ଟିକା ଦିଆଯାଇଥିବା ଲୋକଙ୍କୁ କରୋନାର ଅନେକ ଭୟଙ୍କର ପ୍ରଭାବରୁ ଆଂଶିକ ସୁରକ୍ଷା କରାଯାଇପାରେ। ଏହାଦ୍ବାରା ‌ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ମଧ୍ୟ କମ୍ ଥାଏ।

ବିଶ୍ବର ପ୍ରାୟ ୭୫ ହଜାର କରୋନା ରୋଗୀଙ୍କୁ ନେଇ କରାଯାଇଥିବା ବିଶ୍ଳେଷଣରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହା ଦୃଢ ଭାବରେ ସୂଚିତ କରୁଛି ଯେ ବାର୍ଷିକ ଫ୍ଲୁ ଟିକା କରୋନା ରୋଗୀଙ୍କଠାରେ ଷ୍ଟ୍ରୋକ୍, ସେପସିସ୍ ଏବଂ ଡିପ୍‌ ଭେନ୍‌ ଥ୍ରୋମ୍ବୋସିସ୍ (DVT) ବିପଦକୁ ହ୍ରାସ କରିଥାଏ।

Comments are closed.