Latest Odisha News

ନଭେମ୍ବର ୨ରୁ ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ । ମନ୍ଦିର ମାଳିନୀ ସହରରୁ ନଭେମ୍ବର ୨ ତାରିଖରୁ ସିଧାସଳଖ ଗୋଲାପି ସହରକୁ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିଚ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନଭେମ୍ବର ୨ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ୩ ଥର ବିମାନ ଚଳାଚଳ କରିବ । ଏହାଦ୍ୱାରା ଭୁବନେଶ୍ୱର-ଜୟପୁର ମଧ୍ୟରେ ଯାତ୍ରୀଙ୍କୁ ସୁବିଧା ମିଳିବ । ଏଥିସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଜଭୁତ କରିବ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।

ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ୟ୍ୟଟନ ସ୍ଥାନ ରହିଛି । ଶ୍ରଦ୍ଧାଳୁ ଓ ପର୍ୟ୍ୟଟକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ଉପରେ ପଦକ୍ଷେପ ନେବାକୁ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.