Latest Odisha News

BREAKING NEWS

ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ

ଇସ୍ରାଏଲ: ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ଜଣେ ଓମାନୀ ସହ-ପାଇଲଟ୍ ଉଦ୍ୟମ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରକାଶ କରିଛନ୍ତି। ଆକାଶମାର୍ଗରେ ଓମାନୀ ସହ-ପାଇଲଟ୍ ଜଣକ ମୁଖ୍ୟ ପାଇଲଟଙ୍କୁ ଆକ୍ରମଣ କରି ଛୁରୀ ମାଡ଼ କରିବା ପରେ ବିମାନଟି ହଠାତ୍ ପ୍ରାୟ ୧୪,୦୦୦ ଫୁଟ ତଳକୁ ଖସି ଆସିଥିଲା। ତେବେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଛାର ଙ୍କ ଅସାଧାରଣ ଧୈର୍ଯ୍ୟ, ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ସାହସିକ ହସ୍ତକ୍ଷେପ ଯୋଗୁଁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା ପାଇପାରିଛି। ବିମାନଟିକୁ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଯାତ୍ରୀଙ୍କ ବକ୍ତବ୍ୟ:

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, ବିମାନଟି ଇସ୍ରାଏଲ ନିକଟତର ହେଉଥିବା ବେଳେ ସହ-ପାଇଲଟ୍ ଜଣକ ମୁଖ୍ୟ ପାଇଲଟଙ୍କୁ ଛୁରୀ ମାରି ସମଗ୍ର ସିଷ୍ଟମକୁ ନଷ୍ଟ କରି ବିମାନକୁ ତଳକୁ ଖସାଇ ଦେବାକୁ ଚେଷ୍ଟା କରିଥିଲେ। ନେତାନ୍ୟାହୁ ଜଣେ ଇସ୍ରାଏଲୀ ଯାତ୍ରୀଙ୍କ ସହ କଥା ହୋଇଥିବା ପ୍ରକାଶ କରି କହିଛନ୍ତି, “ଯାତ୍ରୀ ଜଣକ ମୋତେ କହିଲେ ଯେ ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଖସିବା ଆରମ୍ଭ କରିଥିଲା। ସେ କ୍ରିୟୁ ସଦସ୍ୟଙ୍କ ସହ ମିଶି କୌଣସି ପ୍ରକାରେ କକ୍‌ପିଟ୍ ଭିତରକୁ ପଶି ଆକ୍ରମଣକାରୀ ସହ-ପାଇଲଟଙ୍କୁ କାବୁ କରିଥିଲେ।” ଅନ୍ୟ କ୍ରିୟୁ ସଦସ୍ୟମାନେ ବିମାନକୁ ପୁନର୍ବାର ସନ୍ତୁଳିତ କରିଥିଲେ। ନେତାନ୍ୟାହୁ ଏହି ସାହସୀ ଯାତ୍ରୀ ଓ କ୍ରିୟୁ ସଦସ୍ୟମାନଙ୍କୁ ସାଲ୍ୟୁଟ୍ କରି ସେମାନଙ୍କୁ ‘ବୀର’ ଆଖ୍ୟା ଦେଇଛନ୍ତି, ଯେଉଁମାନେ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦେଇଛନ୍ତି।

ତେବେ କିଏ ଏହି ଭାରତୀୟ ପାଇଲଟ୍ ସ୍ମିତ୍ ମାଛାର?

କ୍ୟାପଟେନ୍ ସ୍ମିତ୍ ମାଛାର ହେଉଛନ୍ତି ଜଣେ ଅଭିଜ୍ଞ ଭାରତୀୟ ପାଇଲଟ୍। ସେ ଜୁନ୍ ୨୦୨୨ରୁ ଫ୍ଲାଏଦୁବାଇରେ ‘ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ୍’ ଭାବେ କାର୍ଯ୍ୟରତ । ଏହାପୂର୍ବରୁ ସେ ଭାରତୀୟ ବିମାନ ସେବା ସଂସ୍ଥା ‘ ସ୍ପାଇସଜେଟ୍’ରେ ଦୀର୍ଘ ୧୧ ବର୍ଷ ଧରି ସିନିୟର କମାଣ୍ଡର ଓ ଲାଇନ୍ ଟ୍ରେନିଂ କ୍ୟାପଟେନ୍ ଭାବେ ସେବା ଯୋଗାଇଥିଲେ।

ସ୍ମିତ୍‌ଙ୍କର ବୋଇଂ ୭୩ ବିମାନ ଚଳାଚଳରେ ୧୩ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ମୋଟ ୯,୭୫୦ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇଥିବା ବେଳେ, ସେଥିମଧ୍ୟରୁ ୬,୪୦୦ ଘଣ୍ଟାରୁ ଅଧିକ ସମୟ ମୁଖ୍ୟ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି। ଆକାଶମାର୍ଗରେ ରକ୍ତାକ୍ତ ଅବସ୍ଥାରେ ମଧ୍ୟ ସେ ଅସାଧାରଣ ନିୟନ୍ତ୍ରଣ ରଖି ବିମାନକୁ ବଡ଼ ବିପଦରୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.