ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ ବୃଦ୍ଧି ପାଇବ । ଆଗାମୀ ୩-୪ ଦିନ ଯାଏ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ।
ଆଜି ବି ଉପକୂଳ ଓଡ଼ିଶା ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗିରହିବ
ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି
ତଥା ମେଘୁଆ ପାଗ ଯୋଗୁ, ଧାନ ତଥା ବିଭିନ୍ନ ପନିପରିବାଜାତୀୟ ଚାଷରେ ରୋଗ ପୋକ ବୃଦ୍ଧିର ସମ୍ଭାବନା
ଆଗାମୀ ୩-୪ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ pic.twitter.com/Kwk2Aa869s
— Meteorological Centre, Bhubaneswar (@mcbbsr) November 16, 2021
ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗ ପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇଛି ପାଚିଲା ଧାନ । ଏକର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା ।
ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସନ୍ତା ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଓ୍ୱେଲ ମାର୍କଡ ଲୋ ପ୍ରେସର ହେବ । ପରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ ।
୧୮ ତାରିଖ ବେଳକୁ ଏହି ଲଘୁଚାପ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଇପାରେ ।
Comments are closed.